ETV Bharat / state

ମଣ୍ଡିରୁ ଉଠୁନି ଧାନ, ଘେରାଉ କଲା ବିଜେପି

author img

By

Published : Feb 5, 2021, 8:54 PM IST

ମଣ୍ଡିରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ଶୀତ କାକରରେ ନିଜ କଷ୍ଟ ଉପାର୍ଜିତ ଧାନକୁ ନେଇ ମଣ୍ଡିରେ ଜଗି ବସିଛନ୍ତି ଚାଷୀ ମାନେ । ଧାନ ମଣ୍ଡିରେ ଏପରି ଅବ୍ୟବସ୍ଥା ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ଭବାନୀପାଟଣା ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ବିଜେପିର ମଣ୍ଡି ଘେରାଉ

ଭବାନୀପାଟଣା: ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଣ୍ଡିରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ଶୀତ କାକରରେ ନିଜ କଷ୍ଟ ଉପାର୍ଜିତ ଧାନକୁ ନେଇ ମଣ୍ଡିରେ ଜଗି ବସିଛନ୍ତି ଚାଷୀ ମାନେ । ସେପଟେ ମଣ୍ଡି ପରିଚାଳନାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଫେଲ ମାରିଛି ବୋଲି ବିଜେପି ଅଭିଯୋଗ କରିଛି ।

ମଣ୍ଡିରୁ ଧାନ ନଉଠିବା ଓ ମଣ୍ଡିରେ ଅବ୍ୟବସ୍ଥା ପ୍ରସଙ୍ଗରେ ଆଜି କଳାହାଣ୍ଡି ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଭବାନୀପାଟଣା ବ୍ଲକ ଅଟାଙ୍ଗଗୁଡା ଧାନ ମଣ୍ଡିରେ ରାଜ୍ୟ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । ତେବେ ୩ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ଧାନ ମଣ୍ଡିରୁ ଚାଷୀଙ୍କ ଧାନ ନଉଠିଲେ ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିରୋଧୀ ଦଳ ନେତା ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.