ଭବାନୀପାଟଣା: ପୌର ନିର୍ବାଚନକୁ ନେଇ ସରଗରମ ପ୍ରଚାର ମୈଦାନ । ପୌର ଗଡ଼ ଦଖଲ କରିବା ପାଇଁ ଲାଗି ପଡିଛନ୍ତି ଦଳୀୟ ନେତା ଓ ପ୍ରାର୍ଥୀ। ଚଳିତ ଥର କଳାହାଣ୍ଡି ଭବାନୀପାଟଣା ପୌର ପରିଷଦରେ ପ୍ରତ୍ୟକ୍ଷ ଭାବେ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ହେଉଥିବାରୁ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୂଖ ରାଜନୈତିକ ଦଳ।
ହାତରେ ଆଉ ମାତ୍ର କେଇଟା ଦିନ ଥିବାରୁ ଏଠାରେ ପୌର ନିର୍ବାଚନ ପାଇଁ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଦଳର ନାରୀ ନେତ୍ରୀ ଓ ଯୁବ କର୍ମୀ । ଗତକାଲି (ଶୁକ୍ରବାର) ସହରର ବିଭିନ୍ନ ୱାର୍ଡରୁ ଓ୍ବାର୍ଡ ବୁଲି ଭୋଟ ଭିକ୍ଷା କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଭୋଟରଙ୍କୁ ଅବଗତ କରାଇଥିଲେ ବିଜେଡି ପ୍ରାର୍ଥୀ । ଏଥି ସହ ସମସ୍ତ ସମସ୍ୟାର ସମାଧାନ ନେଇ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଥିଲେ ନେତା ଓ ପ୍ରାର୍ଥୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ