ଭବାନୀପାଟଣା: କୁଖ୍ୟାତ ଅପରାଧି ମୁଦଳା ଜଗନ୍ନାଥ ଶବରକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଭବାନୀପାଟଣା ଏସଡିଜେଏମ କୋର୍ଟ । ବିଭିନ୍ନ ଅପରାଧିକ ମାମଲାର ଶୁଣାଣୀ କରିବାକୁ ଯାଇ ଏସଡିଜେଏମ ବିଚାରପତି ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ ଏହି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଭବାନୀପାଟଣା ଟାଉନ ଥାନା ସିଟି କେଶ ନଂ ୨୯୩/୨୦୨୧ ପିଏସ, କେଶ ନଂ ୧୧୫ /୧୯.୦୩.୨୦୨୦ର ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୭୯ରେ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଉକ୍ତ ଅର୍ଥକୁ କ୍ଷତିପୂରଣ ବାବଦରେ ଅଭିଯୋଗକାରୀଙ୍କୁ ପ୍ରଦାନ କରାଯିବ ।
ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ୩ ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଗନ୍ନାଥ ଶବର ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଓ ଜିଲ୍ଲାର ବିଭିନ୍ନ ଥାନାରେ ବାଇକ ଚୋରିର ଏକାଧିକ ମାମଲା ରୁଜୁ ହୋଇଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ କ୍ୟାଡ଼ର ଅତିରିକ୍ତ ସରକାରୀ ଓକିଲ ଲକ୍ଷ୍ମୀକାନ୍ତ ପାତ୍ର ପରିଚାଳନା କରିଥିଲେ।