ETV Bharat / state

୨୩ ଦିନ ଧରି ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ - ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ

ନିଜ ହକ୍ ଓ ଅଧିକାର ପାଇଁ ଦୀର୍ଘ ୨୩ ଦିନ ହେଲା ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବିସ୍ଥାପିତମାନଙ୍କୁ ଭୁଆଁ ବୁଲାଉଛି ପୌରବିଭାଗ । ଯାହାକୁ ନେଇ ଦୀର୍ଘ ୨୩ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ବିସ୍ଥାପିତ ବ୍ୟବସାୟୀ । ଅଧିକ ପଢ଼ନ୍ତୁ

୨୩ ଦିନ ଧରି ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ

author img

By

Published : Dec 7, 2022, 11:00 PM IST

ଭବାନୀପାଟଣା : ନିଜ ହକ୍ ଓ ଅଧିକାର ପାଇଁ ଦୀର୍ଘ ୨୩ ଦିନ ହେଲା ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବିସ୍ଥାପିତମାନଙ୍କୁ ଭୁଆଁ ବୁଲାଉଛି ପୌରବିଭାଗ । ଯାହାକୁ ନେଇ ଦୀର୍ଘ ୨୩ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ବିସ୍ଥାପିତ ବ୍ୟବସାୟୀ ।

୨୩ ଦିନ ଧରି ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ

ଗତ ୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା କଡରେ ଥିବା ଅନେକ ଦୋକାନୀଙ୍କ ଦୋକାନ ଭାଙ୍ଗିବା ସହ ବିସ୍ଥାପିତ କରିଥିଲା ଜିଲ୍ଲାପାଳ ପ୍ରଶାସନ । ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ପ୍ରତ୍ୟେକ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲା ।

ଯେଉଁଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନ ମାନଙ୍କରେ ମାର୍କେଟ କମ୍ପ୍ଲେକ୍ସମାନ ନିର୍ମାଣ ମଧ୍ୟ ହୋଇଛି । ହେଲେ ବିସ୍ଥାପିତ ହେବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ପୌରବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନାହାଁନ୍ତି । ଫଳରେ ବିସ୍ଥାପିତ ବ୍ୟବସାୟୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ.୧୬ ଦିନରେ ବିସ୍ଥାପିତ ବ୍ୟବସାୟୀଙ୍କ ଅନଶନ, କେବେ ଶୁଣିବେ ସରକାର

ଏହାକୁ ନେଇ ସହରର ଶତାଧିକ ବିସ୍ଥାପିତ ବ୍ୟବସାୟୀ ଏକତ୍ରିତ ହୋଇ ଦୀର୍ଘ ୨୩ ଧରି ଦିନ ଓ ରାତି ଧାରଣାରେ ବସିଛନ୍ତି । ଏନେଇ ୩ଥର ପୌରବିଭାଗ ସହ ବିସ୍ଥାପିତ ଦୋକାନୀ ସଂଘର ବୈଠକ ମଧ୍ୟ ହୋଇସାରିଛି । ହେଲେ ପୌରବିଭାଗ ନିଜର ମନମାନୀ କରିବାରୁ ବୈଠକରୁ କୌଣସି ଫଳାଫଳ ମିଳି ପାରିନାହିଁ ।

ଏହାକୁ ନେଇ ଆନ୍ଦୋଳନ ଏବେ ତୀବ୍ର ହେବାରେ ଲାଗିଛି । ଆଉ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ, ବଜାର ସଂଘ ଭଳି ବିଭିନ୍ନ ସାମାଜିକ ସଂଗଠନମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ଏପରିକି ବିସ୍ଥାପିତ ବ୍ୟବସାୟୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଆନ୍ଦୋଳନରତ ବିସ୍ଥାପିତ ବ୍ୟବସାୟୀଙ୍କ ଦାବି ହେଲା ଦୋକାନ ହରାଇଥିବା ସମସ୍ତ ହିତାଧିକାରୀଙ୍କୁ ୭ବର୍ଷର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ, ଦୋକାନ ହରାଇଥିବା ସମସ୍ତ ହିତାଧିକାରରୀ ମାନଙ୍କୁ ତାଙ୍କର ପୂର୍ବ ସ୍ଥାନରେ ଥଇଥାନ ସହ ଦୋକାନ ଗୃହର ସର୍ବନିମ୍ନ ହାରରେ ଅଂଶଧନ ଜମା କରିବା ପାଇଁ ବ୍ୟବସ୍ଥା କରିବା ଭଳି ପ୍ରମୁଖ ଦାବି ରଖିଛନ୍ତି ।

ଏ ସମ୍ପର୍କରେ ବିସ୍ଥାପିତ ବ୍ୟବସାୟୀ ସଂଘର ସଭାପତି ରୋହିତ ଦୁର୍ଗା କହିଛନ୍ତି, ''ଆମେ ଭବାନୀପାଟଣା ସହରରେ ଯେତେ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ଆମେ ୨୩ ଦିନ ହେଲା ମ୍ୟୁନସିପାଲିଟି ସମ୍ମୁଖରେ ଧାରଣାରେ ବସିଛୁ । ଏହାରି ଭିତରେ ୨ଥର ଆଲୋଚନା ହୋଇଛି । ଆମ ଗୁହାରି କେହି ଶୁଣି ନାହାଁନ୍ତି କି ଆମ ପାଖକୁ କେହି ବି ଆସି ନାହାଁନ୍ତି । ଏନେଇ ଆମେ ପ୍ରଶାସନ ସହ ଆଲୋଚନା କଲୁ । ହେଲେ ସେଠି କହିଲେ ବ୍ୟବସାୟୀଙ୍କୁ ଦୋକାନ ଦିଆଯିବ । ତେବେ ଏଥିପାଇଁ କୌଣସି ଲିଖିତ ଆକାରରେ ଆମେ ଦେଇ ପାରିବୁନି । ଆମେ କହିଲୁ ଯେ ଆମକୁ ଲିଖିତ ଆକାରରେ ହିଁ ଦିଅନ୍ତୁ । ନଚେତ ଆମେ ଧାରଣାରେ ଉଠିବୁନି ।''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.