ETV Bharat / state

୩୫ ଦିନ ଧରି ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ - ଧାରଣାରେ ଭବାନୀପାଟଣା ସହରର ବିସ୍ଥାପିତ ବ୍ୟବସାୟୀ

ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ବ୍ୟବସାୟୀଙ୍କୁ ଭୂଆଁ ବୁଲାଉଛି ପୌରବିଭାଗ । ମାର୍କେଟ କମ୍ପ୍ଲେକ୍ସମାନ ନିର୍ମାଣ ପରେ ଧରାଦେଉନି ପ୍ରଶାସନ । ଅଧିକ ପଢ଼ନ୍ତୁ

Bhabanipatana displaced strike
ଭବାନୀପାଟଣା ବିସ୍ଥାପିତଙ୍କ ଧର୍ମଘଟ
author img

By

Published : Dec 19, 2022, 4:35 PM IST

ଭବାନୀପାଟଣା ବିସ୍ଥାପିତଙ୍କ ଧର୍ମଘଟ

ଭବାନୀପାଟଣା : ନିଜ ହକ୍ ଓ ଅଧିକାର ପାଇଁ ଦୀର୍ଘ ୩୫ ଦିନ ହେଲା ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ତଥାପି ଭୂଆଁ ବୁଲାଉଛି ଭବାନୀପାଟଣା ପୌରବିଭାଗ । ଛୋଟଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କୁ ବିସ୍ଥାପିତ କରି ରାଜରାସ୍ତାକୁ ନେଇ ଆସିଛି ପ୍ରଶାସନ । ଯାହାକୁ ନେଇ ଆଜିକୁ ୩୫ ଦିନ ହେବ ଧାରଣାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବିସ୍ଥାପିତ ବ୍ୟବସାୟୀ ।

ସୂଚନାନୁସାରେ ଗତ ୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡରେ ଥିବା ଅନେକ ଦୋକାନୀଙ୍କ ଦୋକାନ ଭାଙ୍ଗିଥିଲା ଜିଲ୍ଲା ପ୍ରଶାସନ । ଏଥିସହ ବ୍ୟବସାୟୀଙ୍କୁ ବିସ୍ଥାପିତ ମଧ୍ୟ କରିଥିଲା । ସେହି ସମୟରେ ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ପ୍ରତ୍ୟେକ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ।

ହେଲେ ବିସ୍ଥାପିତ ହେବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ପୌର କିମ୍ବା ଜିଲ୍ଲା ପ୍ରଶାସନ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ସହରର ବିଭିନ୍ନ ସ୍ଥାନମାନଙ୍କରେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସମାନ ନିର୍ମାଣ ହୋଇଯାଇଛି । ହେଲେ ଏଯାବତ ବିସ୍ଥାପିତ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଯାଗା ମିଳିନି ।

ଏହାକୁ ନେଇ ସହରର ଶତାଧିକ ବିସ୍ଥାପିତ ବ୍ୟବସାୟୀ ଏକତ୍ରିତ ହୋଇ ଦୀର୍ଘ ୩୫ଦିନ ଧରି ଅହୋରାତ୍ର ଧାରଣାରେ ବସିଛନ୍ତି। ଆନ୍ଦୋଳନକାରୀମାନଙ୍କ ସହ ୩ଥର ଆଲୋଚନା ପରେ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ପୌର ପ୍ରଶାସନ । ଫଳରେ ଆମରଣ ଅନଶନ ଜାରି ରଖିଛନ୍ତି ବିସ୍ଥାପିତ ବ୍ୟବସାୟୀ ।
ତେବେ ଏହି ବ୍ୟବସାୟୀଙ୍କ ଦାବି ହେଲା ଦୋକାନ ହରାଇଥିବା ସମସ୍ତ ବ୍ୟବସାୟୀଙ୍କୁ ୭ବର୍ଷର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ, ଦୋକାନ ହରାଇଥିବା ପ୍ରତ୍ୟେକଙ୍କୁ ତାଙ୍କର ପୂର୍ବ ସ୍ଥାନରେ ଥଇଥାନ । ତାସହ ଦୋକାନ ଗୃହର ସର୍ବନିମ୍ନ ହାରରେ ଅଂଶଧନ ଜମା କରିବା ପାଇଁ ବ୍ୟବସ୍ଥା କରିବା ଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିସ୍ଥାପିତ ବ୍ୟବସାୟୀ ।

ଏହାମଧ୍ୟ ପଢ଼ନ୍ତୁ. ୨୩ ଦିନ ଧରି ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ

ଏନେଇ ପୌର ଅଧିକାରୀଙ୍କୁ ପଚାରିବାରୁ ସମସ୍ତ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରି ଏକ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ଓ ସମସ୍ତ ବିସ୍ଥାପିତ ବ୍ୟବସାୟୀମାନଙ୍କୁ ଯଥାଶୀଘ୍ର ଦୋକାନ ଗୃହ ପ୍ରଦାନ କରାଯିବ ବୋଲି କହିଛନ୍ତି ।

ଏ ସମ୍ପର୍କରେ ବିସ୍ଥାପିତ ବ୍ୟବସାୟୀ ସଂଘ ସଭାପତି ରୋହିତ ଦୁର୍ଗା କହିଛନ୍ତି "ଆମଠୁ ପ୍ରଶାସନ ଯେଉଁ ଦୋକାନ ଗୃହ ନେଇଛି ତାହାକୁ ଏଯାଏଁ ଫେରାଇନି । ଏନେଇ ଆଜିକୁ ୩୫ ଦିନ ହେବ ଆମେ ଧାରଣା ଦେଇଛୁ । ତଥାପି ପ୍ରଶାସନ ଆମ କଥା ଶୁଣୁନି । ଏନେଇ ପୌରବିଭାଗ ସହ ଆଲୋଚନା ହୋଇଥିଲା । ପୌର ବିଭାଗ ସେହି ସମୟରେ କହିଥିଲେ ଯେଉଁମାନେ ଦୋକାନ ପାଇବେ ସେମାନେ ତାଙ୍କର ସମସ୍ତ ଦସ୍ତାବିଜ ଦିଅନ୍ତୁ । ଦସ୍ତାବିଜ ଦେଲାପରେ ଆମେ ତାହାର ଯାଞ୍ଚ କରିବୁ । ଏହାପରେ ଯାହା କରିବୁ ବୋଲି କହିଥିଲେ। ଏହି ଆଲୋଚନା ଗତ ଗୁରୁବାର ଓ ଶୁକ୍ରବାର ହୋଇଥିଲା । ଶନିବାର ଦିନ ଡାକି ଏହାର ସମାଧାନ ହେବ ବୋଲି କହିଥିଲେ । ହେଲେ ଏଯାଏଁ ପୌର ପ୍ରଶାସନିକ ଅଧିକାରୀ ଦେଖାନାହିଁ । ଯଦି ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନନିଏ ତେବେ ଆନ୍ଦୋଳନ ତୀବ୍ରତର ହେବ ।"

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.