ETV Bharat / state

ଲାଞ୍ଜିଗଡ଼ରେ ଚାଲିଛି ବେଧଡକ ଗୋ-ମାଂସ ବିକ୍ରି, 2 ବେପାରୀ ଅଟକ - ଗୋରୁ ବେପାରୀଙ୍କୁ ଅଟକ ରଖିଛି ପୋଲିସ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଚନ୍ଦନପୁର ଗାଁରେ ଗୋ ମାଂସ ବିକ୍ରି କରୁଥିବା ସମୟରେ ଦୁଇ ବେପାରୀ ଘାସିରାମ ବାଗ ଓ ସର୍ଜିତ ଭୋଇଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଅଧିକ ଖବର ପଢନ୍ତୁ...

ଲାଞ୍ଜିଗଡ଼ରେ ଚାଲିଛି ବେଧଡକ ଗୋ-ମାଂସ ବିକ୍ରି, 2 ବେପାରୀ ଅଟକ
author img

By

Published : Nov 11, 2019, 12:44 PM IST

କଳାହାଣ୍ଡି: ଧର୍ମ ଭୁଲିଗଲେ ହିନ୍ଦୁ ଲୋକେ। ଶେଷରେ ଗୋମାତାକୁ ବି ଛାଡିଲେନି। ତେବେ ଏହି କିଛିଦିନ ହେବ ଲାଞ୍ଜିଗଡ଼ ଅଞ୍ଚଳରେ ବେଧଡକ ଚାଲିଛି ଗୋରୁମାଂସ ବିକ୍ରି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଚନ୍ଦନପୁର ଗାଁରେ ଗୋ ମାଂସ ବିକ୍ରି କରୁଥିବା ସମୟରେ ଦୁଇ ବେପାରୀ ଘାସିରାମ ବାଗ ଓ ସର୍ଜିତ ଭୋଇଙ୍କୁ ଅଟକ ରଖିପୋଲିସ ତଦନ୍ତ ଆରମ୍ଭ କରିଛି।

ଲାଞ୍ଜିଗଡ଼ରେ ଚାଲିଛି ବେଧଡକ ଗୋ-ମାଂସ ବିକ୍ରି, 2 ବେପାରୀ ଅଟକ

ମିଳିଥିବା ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରାଣିପିଣ୍ଡା ଗ୍ରାମର ଘାସିରାମ ବାଗ ଓ ସର୍ଜିତ ଭୋଇ ଦୁଇ ଗୋରୁ ମାଂସ ବେପାରୀ । ଏମାନେ ଗୋଟିଏ ଜରି ବସ୍ତାରେ ଗୋରୁ ମାଂସ ଭର୍ତ୍ତି କରି ଏକ ଟିଭିଏସ ଏକ୍ସସେଲ ବାଇକ (ଓଡି ୧୮ ଏଫ ୮୯୭୫)ରେ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତର ଚନ୍ଦନପୁର ଗ୍ରାମରେ ବିକ୍ରି କରୁଛନ୍ତି।

ଏମାନଙ୍କର ଗୋଟିଏ ବଡ଼ ଗୋରୁ ଚାଲାଣ ରାକେଟ ଟିମ ଅଛନ୍ତି । ସେଥିମଧ୍ୟରୁ କିଛି ଲୋକ ଗାଡ଼ିରେ ଗୋରୁ ଚାଲାଣ କରୁଥିବା ବେଳେ ଆଉ କିଛି ଲୋକ ଗୋରୁ ମାଂସକୁ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି। ସପ୍ତାହରେ ଦୁଇ ଦିନ ସୋମବାର ଓ ଶୁକ୍ରବାର ମାଂସ ଆଣି ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଏମାନେ ବିକ୍ରି କରୁଛନ୍ତି ।

ଏହାସହ କିଛି ଲୋକ ସପ୍ତାହରେ ୨ ଦିନ ଗୋରୁଙ୍କୁ ଏକ ପିକକ ଭ୍ୟାନରେ ଖୁଲମ ଖୁଲା ଦିନ ବେଳେ ଲାଞ୍ଜିଗଡ଼ରୁ କଲ୍ୟାଣିସିଂପୁର ରାସ୍ତା ଦେଇ ବିଶାଖାପାଟଣା ଯାଏ ଗୋରୁଚାଲାଣ କରୁଛନ୍ତି। ତେଣୁ ପ୍ରଶାସନ ଏହି ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଲାଞ୍ଜିଗଡ଼ ଅଞ୍ଚଳରେ ବେଧଡକ ଚାଲିଛି ଗୋରୁ ମାଂସ ବିକ୍ରି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଚନ୍ଦନପୁର ଗାଁରେ ଗୋ ମାଂସ ବିକ୍ରି କରୁଥିବା ସମୟରେ ଦୁଇ ଜଣ ବେପାରୀ ଘାସିରାମ ବାଗ ଓ ସର୍ଜିତ ଭୋଇ ଙ୍କୁ ଚନ୍ଦନ ପୁର ଶିବରାମ ଯୁବକ ସଂଘର କର୍ମକର୍ତ୍ତା ମାନେ ଅଟକ ରଖି ଲାଞ୍ଜିଗଡ଼ ପୁଲିସ କୁ ଖବର ଦେଇଥିଲେ।Body:ଘଟଣା ସ୍ଥଳରେ ସାଙ୍ଗେ ସାଙ୍ଗେ ଲାଞ୍ଜିଗଡ଼ ପୋଲିସ ପହଞ୍ଚି ଦୁଇ ବେପାରୀଙ୍କୁ ଧରି ଲାଞ୍ଜିଗଡ଼ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି।।ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରାଣିପିଣ୍ଡା ଗ୍ରାମର ଘାସିରାମ ବାଗ ଓ ସର୍ଜିତ ଭୋଇ ଦୁଇ ଗୋରୁ ମାଂସ ବେପାରୀ ଗୋଟିଏ ଜରି ବସ୍ତାରେ ଗୋରୁ ମାଂସ ଭର୍ତ୍ତି କରି ଏକ ଟିଭିଏସ ଏକ୍ସସେଲ ବାଇକ (ଓଡି ୧୮ ଏଫ ୮୯୭୫)ରେ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ର ଚନ୍ଦନପୁର ଗ୍ରାମରେ ବିକ୍ରି କରୁଥିଲେ।
ଏମାଙ୍କର ଗୋଟିଏ ବଡ଼ ଗୋରୁ ଚାଲାଣ ରାକେଟ ଟିମ ଅଛନ୍ତି କିଛି ଲୋକ ଗାଡ଼ିରେ ଗୋରୁ ଚାଲାଣ କରୁଥିବା ବେଳେ ଆଉ କିଛି ଲୋକ ଗୋରୁ ମାଂସ କୁ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି।Conclusion:ସପ୍ତାହରେ ଦୁଇ ଦିନ ସୋମବାର ଓ ଶୁକ୍ରବାର ମାଂସ ଆଣି ଲାଞ୍ଜିଗଡ଼ ବ୍ଲକ ଅଂଚଳରେ ବିକ୍ରି କରୁଥିବା ବେଳେ କିଛି ଲୋକ ସପ୍ତାହରେ ୨ ଦିନ ଗୋରୁ ମାନଙ୍କୁ ଏକ ପିକକ୍ ଭେନରେ ଖୁଲମ ଖୁଲା ଦିନ ବେଳେ ଲାଞ୍ଜିଗଡ଼ ରୁ କଲ୍ୟାଣିସିଂପୁର ରାସ୍ତା ଦେଇ ବିଶାଖାପାଟଣା ଯାଏ ଗୋରୁଚାଲାଣ କରାଯାଉଛି।ତେଣୁ ପ୍ରଶାସନ ଏହି ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.