ETV Bharat / state

ବେଦାନ୍ତ କର୍ମଚାରୀ ନିଖୋଜ, ତଦନ୍ତ ଜାରି

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ଜଣେ କର୍ମଚାରୀ ନିଖୋଜ ଥିବା ନେଇ ପୋଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ ବେଦାନ୍ତ କର୍ମଚାରୀ ପ୍ରତ୍ୟୁଷ ପ୍ରଧାନ ଗତ ୧ ତାରିଖରୁ ନିଖୋଜ ଅଛନ୍ତି।

author img

By

Published : Sep 3, 2020, 11:21 AM IST

ବେଦାନ୍ତ କର୍ମଚାରୀ ନିଖୋଜ, ମିଳୁନି ପତ୍ତା
ବେଦାନ୍ତ କର୍ମଚାରୀ ନିଖୋଜ, ମିଳୁନି ପତ୍ତା

ଭବାନୀପାଟଣା: ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ନିଖୋଜ । ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀର ଜଣେ କର୍ମଚାରୀ ନିଖୋଜ ଥିବା ଜଣାପଡିଛି । କର୍ମଚାରୀ ଜଣକ ହେଲେ ପ୍ରତ୍ୟୁଷ ପ୍ରଧାନ । ସେ ଗତ 1 ତାରିଖରୁ ନିଖୋଜ ଅଛନ୍ତି ।

ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଲାଞ୍ଜିଗଡ ମାର୍କେଟ ଅଞ୍ଚଳରେ ଏକ ଧଳାରଙ୍ଗର କାରରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ତା ପରେ ତାଙ୍କର ଆଉ କୌଣସି ପତ୍ତା ମିଳୁନାହିଁ । ନିଖୋଜକୁ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ବେଦାନ୍ତ କର୍ମଚାରୀ ନିଖୋଜ, ମିଳୁନି ପତ୍ତା

ପୋଲିସ ନିଖୋଜ କେସ ନଂ ୩ରେ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି । ସେପଟେ ଲାଞ୍ଜିଗଡ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଟାଙ୍ଗନକନା ଡ୍ୟାମ ନିକଟରେ ତାଙ୍କର କାରକୁ ଠାବ କରାଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ, ଓଡ୍ରାଫ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.