ETV Bharat / state

ଭବାନୀପାଟଣାରେ ଭାଲୁ ଆତଙ୍କ - Bhawanipatna town

ଭବାନୀପାଟଣାରେ ଭାଲୁ ଆତଙ୍କ । ବିଳମ୍ବିତ ରାତିରେ ସହରର ରାଜରାସ୍ତାରେ ଦେଖିବାକୁ ମିଳିଛି ଜଙ୍ଗଲୀ ଭାଲୁ । ଅଧିକ ପଢନ୍ତୁ...

ଭବାନୀପାଟଣାରେ ଭାଲୁ ଆତଙ୍କ
ଭବାନୀପାଟଣାରେ ଭାଲୁ ଆତଙ୍କ
author img

By

Published : Aug 21, 2020, 1:44 PM IST

ଭବାନୀପାଟଣା: ସହରରେ ଭାଲୁ ଆତଙ୍କ । ବିଳମ୍ବିତ ରାତିରେ ଭବାନୀପାଟଣା ସହରର ରାଜରାସ୍ତାରେ ଦେଖିବାକୁ ମିଳିଛି ଜଙ୍ଗଲୀ ଭାଲୁ । ବନ ବିଭାଗର ଉଦ୍ୟମ ସତ୍ତ୍ବେ ଏପର୍ଯ୍ୟନ୍ତ ମଧ୍ୟ ଭାଲୁଟି କାବୁ ହୋଇପାରିନାହିଁ ବୋଲି ଜଣାପଡିଛି ।

ଭବାନୀପାଟଣାରେ ଭାଲୁ ଆତଙ୍କ

ଗତକାଲି ବିଳମ୍ବିତ ରାତିରେ ଲୋକମାନେ ଭାଲୁକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ସକାଳୁ ବନ ବିଭାଗ ଦ୍ବାରା ପାଣି ଓ ଗ୍ୟାସ ପ୍ରୟୋଗ କରି ଭାଲୁକୁ ଧରିବାକୁ ଉଦ୍ୟମ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଭାଲୁଟି ଧରାପଡିନାହିଁ ।

ସେପଟେ ଏହି ସମୟରେ ଜଣଙ୍କୁ କାମୁଡି ଗୁରୁତର ମଧ୍ୟ କରିଛି । ତେବେ ସପ୍ତାହ ମଧ୍ୟରେ ସହରରେ ଦୁଇ ଦୁଇ ଥର ଭାଲୁ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ସୂଚନାଥାଉକି, ଗତ 15 ତାରିଖ ମଧ୍ୟ ଭାଲୁ ସହରରେ ପଶି ବନ ବିଭାଗ ଓ ପୋଲିସକୁ 3 ଘଣ୍ଟାକାଳ ନାକେଦମ କରିଥିଲା । ତେବେ ସହର ପାର୍ଶ୍ଵ ଜଙ୍ଗଲର ଅବକ୍ଷୟ ତଥା ପୋଡୁ ଚାଷ ପାଇଁ ଜଙ୍ଗଲୀ ଭାଲୁ ସହର ମୁହାଁ ହେଉଛନ୍ତି ବୋଲି କୁହାଯାଉଛି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.