ETV Bharat / state

Unrest at Utkal University: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ BCJD ନେତାଙ୍କ ପ୍ରତିବାଦ

author img

By

Published : Feb 14, 2023, 7:34 AM IST

ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣା । ଏବିଭିପି ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ BCJD ନେତାଙ୍କ ପ୍ରତିବାଦ । ଅଧିକ ପଢନ୍ତୁ

Biju Chhatra Janata Dal protest outside Kalahandi University

ଭବାନୀପାଟଣା: ଉତ୍କଳ ବିଶ୍ବବିଦ୍ୟାଳୟ ସେମିନାର ବେଳେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜୁ ଛାତ୍ର ଜନତା ଦଳ । ବିଶ୍ବବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କଳାହାଣ୍ଡି ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିଜେଡି ଛାତ୍ର ନେତାଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଛାତ୍ର ନେତା ଅଭିନାଶ ଠାକୁର, ଅଜିତ ସାହୁ, ମଣ୍ଟୁ ନାଏକଙ୍କ ସମେତ ବିଜେଡିର ବହୁ ଛାତ୍ର ନେତା ସାମିଲ ହୋଇ ଏବିଭିପି ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କରିଛନ୍ତି । ପୂର୍ବରୁ ଅନେକ ଥର ଏବିଭିପିର କାର୍ଯ୍ୟକର୍ତ୍ତା ବିଶ୍ଵବିଦ୍ୟାଳୟର ବିଭିନ୍ନ ସଭାରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ରବିବାର ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପିଜି କାଉନସିଲ କନଫରେନ୍ସ ହଲ୍‌ରେ ସେମିନାର ଚାଲିଥିଲା । ସିଟିଜେନ୍ସ ଫୋରମ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିଲେ । ଏହି ସମୟରେ ତାଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି ବୋଲି ଛାତ୍ର ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣା ପରେ ବିଶ୍ଵବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହି ଘଟଣାକୁ ଛାତ୍ର ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା ସହ ବାରମ୍ବାର ଏଭଳି ଉନ୍ମତ୍ତ କାଣ୍ଡ ଭିଆଉଥିବା ଛାତ୍ର ଏବଂ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏନେଇ ଭବାନୀପାଟଣା ଠାରେ ଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି । ରବିବାରର ଘଟଣା ପରେ ବିଶ୍ବବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବାରମ୍ବାର ଏହିପରି ଘଟଣା ହେଉଥିବାରୁ ଏଠାରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଛାତ୍ର ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ରବିବାର ସିଟିଜେନ୍ସ ଫୋରମ୍ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅବସ୍ଥିତ ପିଜି କାଉନ୍‌ସିଲ ହଲ୍‌ରେ ଏକ ଆଲୋଚନା ଚକ୍ର ଆୟୋଜନ ହୋଇଥିଲା । ଯେଉଁଥିରେ "ଭାରତୀୟ ସମ୍ବିଧାନ ଏବଂ ଶିକ୍ଷା' ଓ "ଜାତୀୟ ଶିକ୍ଷାନୀତି -୨୦୨୦' ଦୁଇଟି ବିଷୟବସ୍ତୁ ଉପରେ ଆଲୋଚନା ହେଉଥିଲା । ଏଥିରେ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ଜେଏନୟୁର ପ୍ରଫେସର ସୁରଜିତ୍ ମଜୁମ୍‌ଦାର ପ୍ରଥମେ ଆଲୋଚନା ଆରମ୍ଭ କରି ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ ଓ ଏଥିରେ ଭୀମରାଓ ଆମ୍ବେଦକରଙ୍କର ମୌଳିକ ଚିନ୍ତନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସମୟରେ କିଛି ଯୁବକ ହଠାତ୍ ଗୃହ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସଭା ବନ୍ଦ କରିବାକୁ ଆଗେଇ ଆସିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.