ETV Bharat / state

ଶିକ୍ଷୟିତ୍ରୀଙ୍କ ନାମରେ ବ୍ରିଜ୍‌ କୋର୍ସ ଅର୍ଥରାଶି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱରାସ୍ତ ଗ୍ରାମବାସୀ

author img

By

Published : Jan 20, 2023, 8:04 PM IST

ଶିକ୍ଷୟତ୍ରୀଙ୍କ ନାଁ ବ୍ରିଜ୍ କୋର୍ସ ଅନୁଦାନର ପ୍ରାୟ ଚାରିଲକ୍ଷ ଅର୍ଥରାଶି ହଡପ କରିଥିବା ଅଭିଯୋଗ । ବନ୍ଧପାରି ସ୍କୁଲରେ ତାଙ୍କ ନିଯୁକ୍ତିକୁ ବାତିଲ୍ ସହ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଘନଉଛି ବନ୍ଧପାରି ସ୍କୁଲରେ ଶିକ୍ଷୟତ୍ରୀଙ୍କ ନିଯୁକ୍ତି ମାମଲା

କଳାହାଣ୍ଡି: ଘନଉଛି ବନ୍ଧପାରି ସ୍କୁଲରେ ଶିକ୍ଷୟତ୍ରୀଙ୍କ ନିଯୁକ୍ତି ମାମଲା । ଜିଲ୍ଲାପାଳଙ୍କ ଦ୍ୱରାସ୍ତ ହେଲେ ଗ୍ରାମବାସୀ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜଣଜାତି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ସହ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ପାଇଁ ମାଗଣା ହଷ୍ଟେଲ ସୁବିଧାଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ଯାଏଁ ସବୁକିଛି ଯୋଗାଇ ଦେବା ସହ ଯୋଗ୍ୟତା ଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଉଛି । ହେଲେ କିଛି ଅସାଧୁ କର୍ମଚାରୀ ଓ ଲାଭଖୋର ଶିକ୍ଷକଙ୍କ ମାନମାନି ଯୋଗୁଁ ଏଠି ପାଠାପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ଶିକ୍ଷୟିତ୍ରୀଙ୍କ ରାଜୁତି ଚାଲୁଛି । ଯାହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱରାସ୍ତ ହୋଇଛନ୍ତି ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଓ ଗ୍ରାମବାସୀ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବନ୍ଧପାରି ଆବାସିକ ବିଦ୍ୟାଳୟ ପରିଚାଳନାରେ ଦୁର୍ନୀତି ନେଇ ଦେଖାଯାଇଥିବା ବିବାଦ ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଛି । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ନାଏକଙ୍କ ନାମରେ ଅଭିଯୋଗ ନେଇ ଅଞ୍ଚଳବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଆଜି ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ବନ୍ଧପାରି ସ୍କୁଲରେ ୫୭୧ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସ୍କୁଲ ପରିଚାଳନାଗତ ତୃଟି ଓ ଶିକ୍ଷୟିତ୍ରୀଙ୍କ ଦୁର୍ନୀତି ବିବାଦ ଅନ୍ତେବାସୀ ଛାତ୍ରୀମାନଙ୍କ ଶିକ୍ଷା ଉପରେ ପ୍ରଭାବ ପକାଉଛି ।

ଡ୍ରପଆଉଟ୍ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ୍ ସୁବିଧା ସହିତ ତାଙ୍କୁ ମାଗଣାରେ ପାଠ ପଢାଇବାକୁ ସରକାର କରିଥିବା ବ୍ରିଜ୍ କୋର୍ସ ଅନୁଦାନର ପ୍ରାୟ ଚାରିଲକ୍ଷ ଅର୍ଥରାଶି ହଡପ କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାମରେ ଏବେ ଭିଜିଲାନ୍ସ ତଦନ୍ତ ଜାରି ରହଥିବା ବେଳେ ନିଜ ସମ୍ପର୍କୀୟଙ୍କୁ ନେଇ ଗ୍ରାମବାସୀଙ୍କୁ ଶିକ୍ଷୟିତ୍ରୀ ନାଳି ଆଖି ଦେଖାଇ ଭୟଭୀତ କରୁଥିବା ଗ୍ରାମବାସୀ ଓ ଅବିଭାବକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଗତ ୨୦୧୪ରେ ବ୍ରିଜ୍ କୋର୍ସ ନାମରେ ଆସିଥିବା ଲକ୍ଷଲକ୍ଷ ଟଙ୍କାର ଅନୁଦାନକୁ କିଛି ଶିକ୍ଷକ ଜାଲ କାଗଜପତ୍ର ଦେଖାଇ ହରିଲୁଟ କରିଥିବା ଅଭିଯୋଗ ହୋଇଛି ।ପ୍ରଭାତୀଙ୍କ ନାମରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଡଙ୍ଗରିପଦର ସ୍କୁଲ୍‌ର ଶିକ୍ଷୟିତ୍ରୀ ପ୍ରଭାତୀ ୩ ଲକ୍ଷ ୯୬ ହଜାର ଟଙ୍କା ବ୍ରିଜ କୋର୍ସ ଅନୁଦାନ ହେର୍‌ଫେର୍‌ କରିଥିବା ଅଭିଯୋଗ ହୋଇଥିଲା । ବନ୍ଧପାରି ସ୍କୁଲରେ ତାଙ୍କ ନିଯୁକ୍ତିକୁ ବାତିଲ୍ କରାଯାଉ । ତାଙ୍କ ବିରୁଦ୍ଧରେ ଚାଲିଥିବା ଭିଜିଲାନ୍ସ ତଦନ୍ତ ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବା ସହ ତାଙ୍କ ସ୍ଥାନରେ ସରକାରଙ୍କ ନିୟମ ଅନୁଯାୟୀ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ତେବେ ସେହି ସ୍କୁଲରେ ପୂର୍ବରୁ ମଧ୍ୟ ଅନେକ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ନେଇ ବନ୍ଧପାରି ସ୍କୁଲର ତତ୍କାଳୀନ ଶିକ୍ଷୟତ୍ରୀ ତିଲୋତ୍ତମା ଦଳାଇଙ୍କୁ ବଦଳି କାରିଥିଲେ ଜିଲ୍ଲାପାଳ । ହେଲେ ପୁଣି ଥରେ କିଛି ଦୁର୍ନୀତିଗ୍ରସ୍ତ ଶିକ୍ଷୟତ୍ରୀମାନଙ୍କୁ ସେହି ସ୍କୁଲରେ ନିଯୁକ୍ତି ଦେବାକୁ ନେଇ ଗ୍ରାମବାସୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.