ETV Bharat / state

ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ - awasa corruption in narla block

ଆବାସ ଯୋଜନାରେ ଘୋଟାଲା । ଖାଲି କାଗଜପତ୍ରରେ ଦିଆଯାଇଛି ଘର । ହେଲେ ବାସ୍ତବତା ପୂରା ଭିନ୍ନ । କଚ୍ଚା ଘରେ ଏବେ ବି ରହୁଛନ୍ତି ହିତାଧିକାରୀ । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ବ୍ଲକ ପୋଙ୍ଗ ଗାଁରେ । ଅଧିକ ପଢନ୍ତୁ...

awasa corruption
ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ
author img

By

Published : Jan 8, 2020, 11:09 PM IST

ଭବାନୀପାଟଣା: ଆବାସ ଯୋଜନାରେ ଘୋଟାଲା । ଖାଲି କାଗଜପତ୍ରରେ ଦିଆଯାଇଛି ଘର । ହେଲେ ବାସ୍ତବତା ପୂରା ଭିନ୍ନ । କଚ୍ଚା ଘରେ ଏବେ ବି ରହୁଛନ୍ତି ହିତାଧିକାରୀ । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ବ୍ଲକ ପୋଙ୍ଗ ଗାଁରେ ।

ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ

2004-05 ବର୍ଷରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ଦିଆଯାଇଥିବା ଦର୍ଶାଯାଇଛି । ହେଲେ ତାଙ୍କର କୌଣସି ପକ୍କା ଘର ନଥିବା ଦେଖିବାକୁ ମିଳିଛି । ଏବେବି ସେ ଟାଇଲ ଛପର ମାଟି ଘରେ ରହୁଛନ୍ତି । ଆଉ ପକ୍କାଘର ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ ଯାଏଁ ଧାଉଁଛନ୍ତି ।

ସେହିପରି ସର୍ଭେ ରିପୋର୍ଟରେ ଏହି ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କର ପକ୍କା ଘର ଥିବା ଦର୍ଶାଇ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି । ହେଲେ ପ୍ରକୃତରେ ପୂର୍ଣ୍ଣଚନ୍ଦ୍ରଙ୍କର ଭଙ୍ଗାଦଦରା ଘର ଥିବାରୁ ସେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ସେପଟେ ଏପରି ଅଭିଯୋଗ ଆସିବା ପରେ ଏହି ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ନର୍ଲା ବିଡିଓ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କେତେ ସଫଳ ଆମ \"ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା\' । ( EXCLUSIVE)
ଡେସ୍କ-ସ୍ମୁତିରେଖା ତରାନିଆ
ବାଇଟ-ନରେନ୍ଦ୍ର ମୋଦି (ପ୍ରଧାନ ମନ୍ତ୍ରୀ-ତା-୨୧-୦୨-୨୦୧୬)
ଆଜି ଦେଶ ର ସାମଗ୍ରିକ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଯୋଜନା ର ସମୀକ୍ଷା ପାଇଁ ସିଧା ସଳଖ ଲୋକ ଙ୍କ ସହ ଆଲୋଚନା କରୁଛନ୍ତି । ବୁଝୁଛନ୍ତି ସେମାନ ଙ୍କ ସମାସ୍ୟା ଓ କହୁଛନ୍ତି ସାମାଧାନ ର ବାଟ । ହେଲେ ଆଜି ବି ଡିଜିଟାଲ ଈଠିଆ ରେ କାଗଜ କଲମ ରେ ରହିଛି ହିତାଧିକାରୀ ଙ୍କ ନାଁ କିନ୍ତୁ ମିଳିନି ଗରିବ ର ସ୍ୱପ୍ନ ଘର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ।
ଭିଓ-୧- ଆମେ କହୁଛୁ କଳାହାଠି ଜିଲ୍ଲା ନର୍ଲା ବ୍ଲକ ର କଥା । ଏହି ନର୍ଲା ନିର୍ବାଚନ ମଠଳୀ ରୁ ଅତୀତ ରେ ଅନେକ ନେତା,ପ୍ରସାଶକ ବାହାରି ରାଜ୍ୟ ଓ ରାଜ୍ୟ ବାହାରେ ପାରଦର୍ଶିତା ହାସଲ କରିଛନ୍ତି । ହେଲେ ଆଜି ବି ଏହି ମାଟିର ଅନେକ ମଣିଷ ବାଦ ପଡିଛନ୍ତି ବହୁମୁଖୀ ସରକାରୀ ଯୋଜନା ରୁ ।ଯେମିତି ଲୋକାଭିମୁଖୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା । ଗରିବ ର ସ୍ୱପ୍ନ ର ଘର । ହେଲେ ଏହି ବ୍ଲକ ର କୁରମେଲେ ପଞ୍ଚାୟତ ର ପୋଙ୍ଗ । ଗାଁ ରେ ଦେଖାଦେଇଛି ସମ୍ପୁର୍ଣ୍ଣ ଅନିୟମିତତା ।
ବାଇଟ- ଶତ୍ରୁଘ୍ନ ପାତ୍ର (ଅଭିଯୋଗକାରୀ) Body:ଭିଓ-୨- ଶତ୍ରୁଘ୍ନ ପାତ୍ର । ବୟସ ପ୍ରାୟ ୬୦ । ଆଶା ଥିଲା ସରକାରୀ ଯୋଜନା ରେ ଘର ଖଠେ ମିଳିବ । ଏନେଇ ପଞ୍ଚାୟତ ରୁ ବ୍ଲକ ଯାଏଁ ସେ ବେଶ କସରତ କରିଥିଲେ । ତାଲିକା ରେ ତାଙ୍କ ନାଁ ସାମିଲ ବି ହେଲା ହେଲେ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ ।ତାଲିକା ରେ ନାଁ ଅଛି ହେଲେ ଘର ନାହିଁ । ସେହିପରି ଏହି ଗାଁ ର ହିତାଧିକାରୀ ପୂର୍ଣ୍ଣଚନ୍ଦ୍ର ପାତ୍ର ଙ୍କୁ ଯୋଜନା ରୁ ବାଦ ଦିଆଯାଇଛି କାରଣ ସର୍ଭେ ରିପୋର୍ଟ ରେ ତାଙ୍କର କୁଆଡେ ପୂର୍ବ ରୁ ପକ୍କା ଘର ଅଛି । ହେଲେ ପୂର୍ଣ୍ଣଚନ୍ଦ୍ର ନିଜ ଭଙ୍ଗ ।ଦଦରା ଘର କୁ ଭରସା ନକରି ଏବେ ପର ଘରେ ଆଶ୍ରିତ । ଏସବୁ କଥା ସାମ୍ନା କୁ ଆସିଲା ବ୍ଲକ ର ମାସିକ ବୈଠକ ରେ ଆଉ ଏ ଅଭିଯୋଗ ନେଇ ବ୍ଲକ ବିଡିଓ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେ ତଦନ୍ତ ପରେ କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।Conclusion:ବାଇଟ-ତୋଷିଲ ସାହୁ (ସମିତି ସଭ୍ୟ)
ବାଇଟ- ବ୍ୟାସଦେବ ବେହେରା (ବିଡିଓ ନର୍ଲା ବ୍ଲକ)
ପି-ଟୁ-ସି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.