ଭବାନୀପାଟଣା: ବାଲ୍ୟବିବାହ ଏକ ସାମାଜିକ କଳଙ୍କ । ତାକୁ ନେଇ କଳାହାଣ୍ଡିର ଥୁଆମୁଳା ରାମପୁର ପଞ୍ଚାୟତ ସମିତି କନଫରେନ୍ସ ହଲରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ତ୍ତବ୍ୟ ସଂସ୍ଥା ଓ ଅନ୍ତୋଦୟ ସଂସ୍ଥାର ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡିର ସଦସ୍ୟ ସୁଧାଂଶୁ ନନ୍ଦ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ସିଡିପିଓ ଡି.ଏମ କନ୍ଦପାନ, ଥୁଆମୂଳ ରାମପୁର କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ତଛିନା, ଥାନା ଅଧିକାରୀ ଗୋବିନ୍ଦ ମାଝୀ, କର୍ତ୍ତବ୍ୟ ସଂସ୍ଥାର ମୁଖ୍ୟ ଅଶୋକ ପଟ୍ଟନାୟକ, ଅନ୍ତୋଦୟ ସଂସ୍ଥାର ମୁଖ୍ୟ ଦିଲ୍ଲୀପ ଦାସ ଆଦି ଯୋଗ ଦେଇ ସମାଜରେ ହେଉଥିବା ବାଲ୍ୟବିବାହ ଉପରେ ଆଲୋଚନା କରିଥିଲେ । ସମାଜରେ କିଛି ପରିବାରର ସଚେତନା ଅଭାବ ଯୋଗୁଁ ବାଲ୍ୟବିବାହ ହେଉଥିବାରୁ ସମାଜରେ ଏହାର ସଚେତନା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା ।
ଏହା ଛଡା ମନୁଷ୍ୟ ସମାଜରେ ପ୍ରତ୍ୟକ ବ୍ୟକ୍ତି ସଚେତନା ରହିବା ସହିତ ଅନୁଷ୍ଠାନରେ ଶିକ୍ଷକମାନେ ମଧ୍ୟ ନାବାଳିକାଙ୍କୁ ସଚେତନ କରିବା କରିବା ଜରୁରୀ ବୋଲି ନିମନ୍ତ୍ରିତ ଅତିଥିମାନେ ତାଙ୍କର ମତ ପ୍ରଦାନ କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି