ETV Bharat / state

ନଦୀ ପଠାରେ ଖିଲିଖିଲି କାଶତଣ୍ଡୀ: ହସୁଛି ଧରଣୀ, କବି ଗାଉଛନ୍ତି ଗୀତ - କାଶତଣ୍ଡୀ

ଶରତର ଆଗମନରେ ଧୋବ ଫର ଫର ଚାଦର ଘୋଡାଉ ଦୋଳି ଖେଳୁଛି କାଶତଣ୍ଡୀ । ଏ ଅପୂର୍ବ ସମ୍ଭାର ଦେଖିଲେ ଲାଗୁଛି ସତେ ଯେପରି ଜଗତଜନନୀ ମାଙ୍କ ଆଗମନକୁ ଚାହିଁ ବସିଛି କାଶତଣ୍ଡୀ । ଅଧିକ ପଢନ୍ତୁ...

ପର୍ବଣରେ କାଶତଣ୍ଡୀର ସମ୍ଭାର: ଆନମନା ହେଉଛନ୍ତି, କବି ଭାବୁକ ଓ ପଥିକ

author img

By

Published : Sep 12, 2021, 5:39 PM IST

ଭବାନୀପାଟଣା: ନାହିଁ କିଛି ତା'ର ବାସ, ହେଲେ ଶରତ ଆସିଲେ ଦୁନିଆ ଖୋଜେ ତା ହସ । ସେ ହସିଲେ ଲାଗେ ଯେପରି ଦୁର୍ଗା ମା' ଧରା ପୃଷ୍ଠରେ ଅବତାରଣ କରିବାକୁ ସଜେଇ ହେଉଛନ୍ତି । ସେ ଆଉ କେହିଁ ନୁହେଁ, ଧୋବ ଫର ଫର ସୁନ୍ଦରୀ କାଶତଣ୍ଡୀ । ଶରତର ନୀଳ ଆକାଶରେ ଧଳା ବାଦଲ ଖଣ୍ଡ ଯେପରି ଦୋଳି ଖେଳୁଛି ଠିକ୍ ସେହିପରି ମାଟି ମା ଉପରେ ନୀଳ ଶାଢୀ ସାଙ୍ଗରେ ଧଳା ଚାଦରେ ଘୋଡାଇ ନାଚୁଛି କାଶତଣ୍ଡୀ ।

ପର୍ବଣରେ କାଶତଣ୍ଡୀର ସମ୍ଭାର: ଆନମନା ହେଉଛନ୍ତି, କବି ଭାବୁକ ଓ ପଥିକ
ପବନରେ ଦୋଳିଖେଳୁଛି କାଶତଣ୍ଡୀ । ପାଖରୁ ଦେଖିଲେ ଯେ କେହିବି ଆନମନା ହୋଇଯିବ ଆଉ ଦୂରରୁ ଦେଖିଲେ ଲାଗୁଛି ସତେଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇ ପଢ଼ିଛି ଧଳା ଚାଦରଟିଏ । ବାସହୀନ କାଶତଣ୍ଡୀ ଦେବ ପୂଜାରେ ଲାଗେନାହିଁ ସତ ହେଲେ ଶରତରେ ଧରାପୃଷ୍ଠର ସୌନ୍ଦର୍ଯ୍ୟ ମଣ୍ଡନ କରେ । କାଶତଣ୍ଡି ଫୁଟିବା ପାଇଁ ଲୋଡ଼ା ନ ଥାଏ କୌଣସି ଉଦ୍ୟାନ କିମ୍ବା ମାଳିର ଯତ୍ନ । ନଈପାଠ ରାସ୍ତାପାର୍ଶ୍ଵ ବିଲ ପାଖ ଯେଉଁଠି ପାରେ, ସେଇଠି ଫୁଟି ଧରଣୀ ରାଣୀର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି ।

କାଶତଣ୍ଡୀ ଫୁଟିଲେ ସୂଚାଇ ଦିଏ ମା ଧରାପୃଷ୍ଠକୁ ଆସିବା ପାଇଁ ସତେଯେମିତି ସଜେଇ ହେଉଛନ୍ତି । ଆଉ ଧରଣୀ ରାଣୀ ଶୁଭ୍ର ଶାଢ଼ୀ ପିନ୍ଧି ମାଙ୍କ ସ୍ୱାଗତ ପାଇଁ ଅନାଇ ବସିଛି । କାଶତଣ୍ଡୀ ପବନରେ ଯେତିକି ଜୋରରେ ହସି ଦୋଳିଖେଳୁଛି ଖରାରେ ସେତିକି ଚକଚକ କରୁଛି । ସେଇଥିପାଇଁ ତ କବି ଲେଖକ ଟିକିଏ ଅଧିକ ଭାବୁକ ହୋଇପଡିଛନ୍ତି । କାଶତଣ୍ଡୀ ଏମାନଙ୍କ କଲମମୁନକୁ ଅଧିକ ଚଳ ଚଞ୍ଚଳ କରୁଛି ।

ସତରେ କାଶତଣ୍ଡୀର ଏ ଅପୂର୍ବ ସମ୍ଭାର ଦେଖି କେବଳ କବି କି ଭାବୁକ ନୁହଁନ୍ତି ସାଧାରଣ ଜନତାଟିଏ ବି ଆନମନା ହୋଇପଡୁଛି । ଶରତରେ କାଶତଣ୍ଡୀ ସୂଚେଇ ଦେଉଛି ଏ ସାଧାରଣ ସମୟ ନୁହେଁ ଏ ପାର୍ବଣ ବେଳ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.