ETV Bharat / state

ଅସ୍ଥାୟୀ କେନ୍ଦ୍ରରେ ପ୍ରବାସୀଙ୍କୁ ଆକ୍ରମଣ, ତାଗିଦ କଲେ ବିଡିଓ - Attack on immigrants at Quarrentine centers

ପୁଣି ଅଶାନ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର । ସରପଞ୍ଚଙ୍କ ଉପସ୍ଥିତିରେ ଜଣେ ସୁଇପର ପ୍ରବାସୀଙ୍କୁ ମାଡ ମାରୁଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କସୃପଡା ଟିଏମସିର ଏହି ଘଟଣା । ଅଧିକ ପଢନ୍ତୁ...

Attack on immigrants at Quarrentine centers
ଅସ୍ଥାୟୀ କେନ୍ଦ୍ରରେ ପ୍ରବାସୀଙ୍କୁ ଆକ୍ରମଣ, ତାଗିଦ କଲେ ବିଡିଓ
author img

By

Published : Jul 12, 2020, 2:27 PM IST

Updated : Jul 12, 2020, 3:42 PM IST

ଭବାନୀପାଟଣା: ପୁଣି ଅଶାନ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର । ସରପଞ୍ଚଙ୍କ ଉପସ୍ଥିତିରେ ଜଣେ ସୁଇପର ପ୍ରବାସୀଙ୍କୁ ମାଡ ମାରୁଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କସୃପଡା ଟିଏମସିର ଏହି ଘଟଣା । ଭାଇରାଲ ଭିଡିଓ ଦେଖିବା ପରେ ଘଟଣାସ୍ଥଳରେ ବିଡିଓ ପହଞ୍ଚି ସୁଇପରକୁ ତାଗିଦ କରିବା ସହ ଆପୋଷ ସମାଧାନ କରିଛନ୍ତି ।

ସୂଚନାନୁସାରେ, ଏହି ଟିଏମସି କେନ୍ଦ୍ରରେ ତୁର୍ଲାଖମନ ଅଞ୍ଚଳର ଜଣେ ପ୍ରବାସୀ ଶ୍ରମିକ ରହିଥିଲେ । କୌଣସି କଥାକୁ ନେଇ ହଠାତ ଏହି ଅନ୍ତେବାସୀଙ୍କ ଉପରେ ସୁଇପର ଜଣକ ଆକ୍ରମଣ କରିଥିଲେ । ଅନ୍ୟ ଅନ୍ତେବାସୀ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସାମ୍ନାରେ ଘଟିଥିଲା ଏହି ଘଟଣା ।

ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେ ନେଇ ସୁଇପର ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ ବିଡିଓ । ଏଥିସହ ସୁଇପରକୁ ଗାଁକୁ ନଛାଡି ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କ ଉପସ୍ଥିତିରେ ଏଭଳି ଘଟଣା ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଅସ୍ଥାୟୀ କେନ୍ଦ୍ରରେ ପ୍ରବାସୀଙ୍କୁ ଆକ୍ରମଣ, ତାଗିଦ କଲେ ବିଡିଓ

ପ୍ରକାଶ ଥାଉ କି, କୋରୋନା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କ୍ବାରେନଣ୍ଟାଇନ ସେଣ୍ଟରମାନ ତିଆରି କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏହି ସବୁ ସେଣ୍ଟର ପ୍ରସ୍ତୁତ କରାଯାଇଛି । କୋରୋନା ଯେପରି ସର୍ବସାଧାରଣ ସ୍ଥାନରେ ନ ବ୍ୟାପିବ ସେ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ହେଲେ କିଛି ଅମାନିଆ ଓ ବେପରୁଆ ଯୋଗୁଁ ବାରମ୍ବାର ବଦନାମ ହେଉଛି ସରକାରୀ କ୍ବାରେନଣ୍ଟାଇନ ସେଣ୍ଟର । ଅନେକ ସମୟରେ ନିୟମ ଖିଲାପକାରୀଙ୍କ ଭିଡିଓ ମଧ୍ୟ ଭାଇରାଲ ହେଉଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Jul 12, 2020, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.