କଳାହାଣ୍ଡି: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଆତ୍ମନ ପଣ୍ଡା ଜିଲ୍ଲା ସ୍ତରୀୟ ଟପର ହୋଇଛନ୍ତି। ସେ ଭବାନୀପାଟଣାର ପ୍ରଗତି ବିଜ୍ଞାନ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ତେବେ ଯୁକ୍ତ ଦୁଇ ପରୀକ୍ଷାରେ ସେ ୯୨.୬୬% ପ୍ରତିଶତ ମାର୍କ ରଖିଛନ୍ତି।
ପିଲା ଦିନରୁ ହିଁ ସେ ଜଣେ ମେଧାବୀ ଛାତ୍ର ରହିଆସୁଛନ୍ତି । ମାଟ୍ରିକ ପରୀକ୍ଷାରେ ମଧ୍ୟ ସେ ସରସ୍ବତୀ ଶିଶୁମନ୍ଦିର ଜୟପାଟଣାରୁ ୯୧% ପ୍ରତିଶତ ମାର୍କ ରଖି ବ୍ଲକ ସ୍ତରୀୟ ଟପର ହୋଇଥିଲେ। ବାପା ରଜନୀକାନ୍ତ ଜଣେ ବ୍ୟବସାୟୀ ଥିବା ବେଳେ ମା ମମତାଞ୍ଜଳି ପଣ୍ଡା ଜଣେ ଶିକ୍ଷୟତ୍ରୀ। ତେବେ ପୁଅର ସଫଳତାକୁ ନେଇ ବାପା ମା ବେଶ ଖୁସି ଥିବା ବେଳେ ଅଞ୍ଚଳରେ ଆତ୍ମନଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି ।
କଳାହାଣ୍ଡିରୁ ଅଜିକ ସିଂହ, ଇଟିଭି ଭାରତ