ଭବାନୀପାଟଣା: ପ୍ରକାଶ ପାଇଛି JEE ମେନ୍ ପରୀକ୍ଷା ଫଳ । ଏହି ପରୀକ୍ଷାରେ ସମଗ୍ର ଦେଶରେ ଜେଇଇ ମେନ ପରୀକ୍ଷାରେ ୩୪୭ ଓ ରାଜ୍ୟରେ ୨ ନମ୍ବର ରାଙ୍କ ରଖି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜୁନାଗଡ଼ ସହରର ଆର୍ଯ୍ୟନ ଅଗ୍ରୱାଲ । ତାଙ୍କର ଏହି ସଫଳତା ପାଇଁ ନିଜ ବାପାମାଆଙ୍କ ସହ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ଆର୍ଯ୍ୟନ । ସେ ଭବିଷ୍ୟତରେ ଜଣେ ସଫଳ ସଫ୍ଟୱେର୍ ଇଞ୍ଜିନିୟର ହେବା ଲକ୍ଷ୍ୟ ରଖିଛନ୍ତି । ଆର୍ଯ୍ୟନ ଅଗ୍ରୱାଲଙ୍କ ସଫଳତା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁବାରେ ଲାଗିଛି ।
ଗତ ଅକ୍ଟୋବର ୧୫ ତାରିଖରେ ପ୍ରକାଶ ପାଇଥିଲା JEE-Advanced ରେଜଲ୍ଟ । ଶୁକ୍ରବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ରେଜଲ୍ଟ ଘୋଷଣା କରିଥିଲା । ଦିଲ୍ଲୀ ଆଇଆଇଟିର ମ୍ରିଦୁଲ ଅଗ୍ରୱାଲ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ପରୀକ୍ଷାରେ ସେ ୩୬୦ ମାର୍କରୁ ୩୪୮ ମାର୍କ ରଖ୍ ଟପ୍ କରିଛନ୍ତି । ସେହିପରି ଦିଲ୍ଲୀର କାବ୍ୟା ଚୋପ୍ରା ମଧ୍ୟ ମହିଳା ବର୍ଗରେ ଶୀର୍ଷ ସ୍ଥାନରେ ଅଛନ୍ତି । ୩୬୦ ମାର୍କରୁ ତାଙ୍କର ୨୮୬ ରହିଛି ।
NTA ଅନୁଯାୟୀ, ଚଳିତ ବର୍ଷ 1,41,699ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କୁ ମଧ୍ୟରୁ 41,862ଜଣ କୃତକାର୍ଯ୍ୟ ହୋଇଛନ୍ତି । କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ 6,452 ଜଣ ଛାତ୍ରୀ ରହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ