ETV Bharat / state

'ଘୁମୁରା-୨୦୨୪', କେନ୍ଦୁଗୁଡାରେ ନୌକାଚାଳନା ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ

author img

By ETV Bharat Odisha Team

Published : Jan 7, 2024, 8:39 PM IST

Ghumura 2024: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ଲୋକ ମହୋତ୍ସବ 'ଘୁମୁରା-୨୦୨୪' । ଏଥିପାଇଁ ଥୁଆମୂଳ-ରାମପୁର ବ୍ଲକରେ ନୌକାଚାଳନା ଓ ତୀରଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ghumura 2024
ଘୁମୁରା ୨୦୨୪
ଘୁମୁରା ୨୦୨୪

ଭବାନୀପାଟଣା: ଥୁଆମୂଳ-ରାମପୁର ବ୍ଲକରେ ନୌକାଚାଳନା ଓ ତୀରଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିଯୋଗିତାରେ ଶତାଧିକ ଆଦିବାସୀ ଅଂଶ ଗ୍ରହଣ କରିଥିଲେ । ତେବେ କଳାହାଣ୍ଡି ଉତ୍ସବ ଘୁମୁରାର ପରମ୍ପରା ଅନ୍ୟ ଉତ୍ସବଠାରୁ ଭିନ୍ନ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ସବୁ ବର୍ଗର ଲୋକ ସାମିଲ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନ୍ୟତମ । ଆସନ୍ତା ୧୪ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଜିଲ୍ଲାର ଲୋକ ମହୋତ୍ସବ 'ଘୁମୁରା-୨୦୨୪' ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର କେନ୍ଦୁଗୁଡାଠାରେ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ସ୍ଥାନୀୟ ବୁଡି ଅଞ୍ଚଳରୁ ପ୍ରତିଯୋଗୀମାନଙ୍କ ସହ ଦେଖଣାହାରୀ ମଧ୍ୟ ଛୁଟି ଆସିଥିଲେ । ଆଉ ସବୁବେଳେ ସ୍ତବ୍ଧ ହୋଇ ରହୁଥିବା ଏ ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା । ପ୍ରତିଯୋଗିତାକୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାସହ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସେମାନେ ମଧ୍ୟ ତୀରନ୍ଦାଜୀର ମଜା ନେଇଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କ୍ରୁତି ପ୍ରତିଯୋଗୀ ଓ ସ୍ଥାନୀୟ ଆଦିବାସୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...ବୀରବାଦ୍ୟ ଘୁମୁରା ପାଇବ ନୂଆ ପରିଚୟ, ଉଦଘାଟିତ ହେଲା ମା’ ମାଣିକେଶ୍ୱରୀ ଘୁମୁରା ଏକାଡେମୀ

ଏହା ମଧ୍ୟ ପଢନ୍ତୁ...ସୁବର୍ଣ୍ଣପୁର ଲୋକ ମହୋତ୍ସବ ସୁବର୍ଣ୍ଣ-2024 ଉଦଘାଟିତ

ଏହା ମଧ୍ୟ ପଢନ୍ତୁ...ଦୁଲ୍‌ଦୁଲି ମହୋତ୍ସବ ଉଦଯାପିତ, କଳାକାରଙ୍କ ସହ ନାଚିଲେ ଜିଲ୍ଲାପାଳ

"ଜିଲ୍ଲାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ତଥା ପଛୁଆ ବୁଡି ଅଞ୍ଚଳବାସୀଙ୍କୁ ସଚେତନ କରେଇବା ଏହି ଉତ୍ସବର ଉଦ୍ଦେଶ୍ୟ । ଏହା ହିଁ ଲୋକ ମହୋତ୍ସବ ଘୁମୁରାର ମୂଳ ଲକ୍ଷ୍ୟ" ବୋଲି କହିଛନ୍ତି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ । ତେବେ ବର୍ଷ ତମାମ ବୁଡି ଅଞ୍ଚଳର ଅଧିବାସୀମାନେ ଦୁଃଖ କଷ୍ଟରେ କାଳାତିପାତ କରିଥାଆନ୍ତି । ଅଞ୍ଚଳବାସୀଙ୍କୁ ଘୁମୁରା ଉତ୍ସବରେ ସାମିଲ କରାଯିବା ଫଳରେ ସେମାନଙ୍କ ମୁହଁରେ ହସ ଫୁଟି ପାରିଛି ।ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି ଏଠାକାର ଅଧିବାସୀ । ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କୁ ଜିଲ୍ଲାର ସଂସ୍କୃତି ପରମ୍ପରା ସହ ଯୋଡି ରଖିବା ଦିଗରେ ଜିଲ୍ଲା ସଂସ୍କୃତି ବିଭାଗର ଏଭଳି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.