ETV Bharat / state

ଅଧାରାସ୍ତାରେ ଫାଟିଲା ଆମ୍ବୁଲାନ୍ସ ଚକା, ଘଣ୍ଟାଏ ଅଟକିଲେ ଗୁରୁତର ରୋଗୀ

author img

By

Published : Oct 16, 2019, 7:49 PM IST

ଅଧବାଟରେ ଚକ ଫାଟିବା କାରଣରୁ ଗୁରୁତର ଆହତ ରୋଗୀଙ୍କୁ ବାଟରେ 1 ଘଣ୍ଟା ଅଟକିବାକୁ ପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି ନୂଆଗୁଡା ଗ୍ରାମରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ସରକାରୀ ଆମ୍ବୁଲାନ୍ସ ଉପରେ ବି ଭରସା ନାହିଁ । ଅଧବାଟରେ ଚକା ଫାଟିବା କାରଣରୁ ଗୁରୁତର ଆହତ ରୋଗୀଙ୍କୁ ବାଟରେ 1 ଘଣ୍ଟା ଅଟକିବାକୁ ପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡିର ନୂଆଗୁଡା ଗାଁରେ । ଏପରିକି ଆମ୍ବୁଲାନ୍ସ ଡ୍ରାଇଭର କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଆମ୍ବୁଲାନ୍ସ ଆସି ନଥିଲା । ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ଫଳରେ ଆମ୍ବୁଲାନ୍ସ ଆସିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁସାରେ, ନୂଆଗୁଡା ଗ୍ରାମର ଯମୁନା ନାଏକ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ବାଟରେ ଆମ୍ବୁଲାନ୍ସର ଚକ ଫାଟିଯିବାରୁ 1 ଘଣ୍ଟା ବାଟରେ ଅଟକି ରହିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା । ଶେଷରେ ଗଣମାଧ୍ୟମ ପ୍ରତିନିଧିମାନେ କଳାହାଣ୍ଡି ସିଡିଏମଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଏହାପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଯମୁନା ନାଏକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ନିୟୋଜିତ ସଂସ୍ଥା ଗୁଡିକର ଖାମଖିଆଲି ମନୋଭାବ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛି । ଅନେକ ସମୟରେ ଗାଡି ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାଵ ଯୋଗୁଁ ଅଧାବାଟରେ ଅଟକୁଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଆମ୍ବୁଲାନ୍ସ ବି ଭରସା ନାହିଁ ଅଧବାଟରେ ଫାଟିଲା ଚକ ହଇରାଣ ହେଲେ ରୋଗୀ ।
ରାଜ୍ୟ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନା ବି ଫେଲ ମାରୁଛି। ନିୟୋଜିତ ଥିବା ସଂସ୍ଥା ଗାଡି ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାଵ ଯଗୁଁ ଅଧାବାଟ ରେ ସେବା ଠପ ହୋଇଯାଉଛି।ଅତିଜରୁରୀ ସେବା ରେ ନିୟୋଜିତ ଥିବା ଗାଡିରେ କେବେ ତେଲ ସରିଯାଉଛି ତୋ କେବେ ଚକ ଫାଟି ଯାଇ ତଥା ଅଚଳ ହୋଇ ପ୍ରସୂତି ମହିଳାଙ୍କ ମୃତ୍ୟୁ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି।।କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉଚ୍ଛୁଲା ନୂଆଗୁଡା ଗ୍ରାମର ଯମୁନା ନାଏକ ନାମକ Body:ଜଣେ ମହିଳାଙ୍କୁ ରକ୍ତହୀନତା ଓ ଜ୍ୱର ହେଉଥିବାରୁ ଜୟପାଟଣା ଡାକ୍ତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ରେଫର କରିଥିଲେ। କିନ୍ତୁ ମୋଟର ନିକଟରେ ଗାଡି ର ଆଗ ଚକ ଖରାପ ହେବାରୁ ଆମ୍ବୁଲାନ୍ସ ଆଗକୁ ନଯାଇ ଦୀର୍ଘ ୧ ଘଣ୍ଟା ଅଟକି ରହିଥିଲା। ଅନ୍ୟ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ମଧ୍ୟ ତାହା ଉପଲବ୍ଧ ନଥିବା ବେଳେ ରୋଗୀ ର ଜୀବନ ପ୍ରତି ବିପଦ ରହିଥିଲା, ତେବେ ସେହି ରାସ୍ତା ଦେଇ ଯାଉଥିବା କିଛି ଗଣମାଧ୍ୟମ ପ୍ରତିନିଧିମାନେ କଳାହାଣ୍ଡି ସିଡିଏମ ଓ Conclusion:୧୦୮ ଆମ୍ବୁଲାନ୍ସ କୁ ଫୋନ କରିବା ପରେ କୋକସରା ରୁ ଆମ୍ବୁଲାନ୍ସ ଆସି ରୋଗୀ କୁ ନେଇ ଯାଇଥିଲେ, ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାର ୫ଟି ଓ ମୋ ସରକାର ଯୋଜନାରେ ସ୍ୱାସ୍ଥ ସେବା କୁ ତ୍ୱରାନ୍ୱିତ କରି ସ୍ୱଚ୍ଛତା ଆଣିଥିବା ବେଳେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା କୁ ଅଣଦେଖା କରୁଥିବା କେତେଦୂର ସମାଚୀନ ତାହା ଏକ ପ୍ରଶ୍ନବାଚୀ ।
ବାଇଟ-ପରମାନନ୍ଦ ନାଏକ(ରୋଗୀଙ୍କ ସମ୍ପର୍କୀୟ)
ବାଇଟ-ସରୋଜ ନିଆଲ(ଆମ୍ବୁଳନ୍ସ ଡ୍ରାଇଭର)
ବାଇଟ-ସୋମନାଥ ମେହେର(ଜୟପାଟଣା ମେଡିକାଲ ଅଫିସର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.