ETV Bharat / state

5ଟି ଛାଟ, ନିଲମ୍ବିତ ହେଲେ ଆମପାଣି ଥାନା ଏଏସଆଇ

ଲାଞ୍ଚ ମାଗିବା ଅଭିଯୋଗ ପ୍ରମାଣିତ ହେବାପରେ ଆମପାଣି ଥାନାର ଏଏସଆଇ ରମେଶ ପଟ୍ଟନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଏନେଇ ଧର୍ମଗଡ଼ ଏସଡିପିଓ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

author img

By

Published : Jul 5, 2020, 1:53 AM IST

5ଟି ଛାଟ, ନିଲମ୍ବିତ ହେଲେ ଆମପାଣି ଥାନା ଏଏସଆଇ
5ଟି ଛାଟ, ନିଲମ୍ବିତ ହେଲେ ଆମପାଣି ଥାନା ଏଏସଆଇ

ଭବାନୀପାଟଣା: ସାଧାରଣ ଲୋକଙ୍କ ସମସ୍ୟା ଓ ତାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ମୋ ସରକାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକ ନିଜ ସମସ୍ୟା କୁ ନେଇ ସିଧାସଳଖ ଭାବେ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜ ଅଭିଯୋଗ ରଖିପାରୁଥିବା ବେଳେ ସରକାର ମଧ୍ୟ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ।

ସୂଚନା ଅନୁଯାୟୀ, ଜିଲ୍ଲାର ଆମପାଣି ଥାନାରେ ଏକ ଜମିଜମା ବିବାଦ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଥାନାରେ କାର୍ଯ୍ୟରତ ଏଏସଆଇ ରମେଶ ପଟ୍ଟନାୟକ ଏହି ମାମଲାର ରଫାଦଫା ପାଇଁ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗୁଥିବା ନେଇ ମୋ ସରକାରଙ୍କ ନିକଟରେ ଅଭିଯୋଗ ହେବା ପରେ କଳାହାଣ୍ଡି ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ପରେ ଅଭିଯୋଗ ପ୍ରମାଣିତ ହେବା ପରେ ସମ୍ପୃକ୍ତ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ଧର୍ମଗଡ଼ ଏସଡିପିଓ ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.