ETV Bharat / state

ନର୍ସଙ୍କ ଅବହେଳା ଯୋଗୁଁ ନବଜାତର ମୃତ୍ୟୁ ଅଭିଯୋଗ - କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନର୍ସଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ଆସିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ନର୍ସଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

author img

By

Published : Sep 12, 2020, 9:16 PM IST

କଳାହାଣ୍ଡି: ଜଣେ ଷ୍ଟାଫ ନର୍ସଙ୍କ ଅବହେଳା ଯୋଗୁଁ ଜଣେ ପ୍ରସୂତିଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଡ଼ାଗୁଡା ପଞ୍ଚାୟତର ଜଣେ ପ୍ରସୂତି ଆଜି ପ୍ରସବ ଯନ୍ତ୍ରଣା ହେବାରୁ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ପ୍ରସବ ରୁମରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ । ତେବେ ପ୍ରସବ ସମୟରେ ନର୍ସଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ମୃତ ଶିଶୁର ମାଆ ଓ ପରିବାର ଅଭିଯୋଗ କରିଥିବା ବେଳେ ଏ ନେଇ ପ୍ରସବ କରାଇଥିବା ନର୍ସଙ୍କ ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପଟେ ଇନଚାର୍ଜ ଡାକ୍ତର ତତ୍ତ୍ବଦର୍ଶୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ନର୍ସଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.