ETV Bharat / state

ସରକାରୀ ସହାୟତା ନାଁରେ ଯୌନ ଶୋଷଣ ଅଭିଯୋଗ, ଗିରଫ ହେଲେ ରସିକିଆ ସରପଞ୍ଚ

author img

By

Published : Nov 21, 2020, 9:15 PM IST

ସରକାରୀ ସହାୟତା ପ୍ରଦାନ ପ୍ରତିଶୃତି ଦେଇ ଯୌନ ଶୋଷଣ ଅଭିଯୋଗରେ ବନ୍ଧା ହେଲେ ସରପଞ୍ଚ । ପଢନ୍ତୁ ଅଧିକ....

ଗିରଫ ହେଲେ ରସିକିଆ ସରପଞ୍ଚ।
ଗିରଫ ହେଲେ ରସିକିଆ ସରପଞ୍ଚ।

କଳାହାଣ୍ଡି: ଘର ନିର୍ମାଣ ପାଇଁ ସରକାରୀ ସହାୟତା ପ୍ରଦାନ ପ୍ରତିଶୃତି ଦେଇ ଯୌନ ଶୋଷଣ କରିବା ଅଭିଯୋଗରେ ଗିରଫ ହେଲେ ସରପଞ୍ଚ । ଏପରି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତରେ । ଘଟଣାରେ ସାଲେପାଲି ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ହେଲେ ରସିକିଆ ସରପଞ୍ଚ।

ସୂଚନା ଅନୁଯାୟୀ ସରକାରୀ ଘର ଦେବା ନାଁରେ ସରପଞ୍ଚ ଜଣେ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଗତ ୧୯ ତାରିଖ ଦିନ ସାମ୍ନାକୁ ଆସିଥିଲା । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ମଦନପୁର ରାମପୁର ପୋଲିସ । ପ୍ରାଥମିକ ତଦନ୍ତରୁ ଘଟଣାରେ ସତ୍ୟତା ଥିବା ସହ କିଛି ପ୍ରମାଣ ମିଳିବାରୁ ଅଭିଯୁକ୍ତ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରି ଅଧିକ ପଚରା ଉଚରା ପରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.