ETV Bharat / state

କୋରୋନା ଯୋଦ୍ଧାଙ୍କ ଟଙ୍କା ହଡପ ! ଥାନାର ଦ୍ବାରସ୍ଥ ହେଲେ କର୍ମଚାରୀ

କଳାହାଣ୍ଡିରେ କୋଭିଡ ଯୋଦ୍ଧାଙ୍କ ଇନସେନଟିଭ ଟଙ୍କା ହଡପ ଅଭିଯୋଗ । କମ୍ପାନୀକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କୌଣସି ଫଳ ନ ମିଳିବାରୁ ଥାନାର ଦ୍ବାରସ୍ଥ ହେଲେ କର୍ମଚାରୀ । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧାଙ୍କ ଟଙ୍କା ହଡପ ! ଥାନାରେ ଦ୍ବାରସ୍ତ ହେଲେ କର୍ମଚାରୀ

author img

By

Published : Aug 4, 2021, 7:28 AM IST

ଭବାନୀପାଟଣା: କୋରୋନା ଯୋଦ୍ଧାଙ୍କ ଟଙ୍କା ହଡପ ଅଭିଯୋଗ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ କେୟାରରେ କାର୍ଯ୍ୟ କରିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଇନସେନଟିଭ ଟଙ୍କା ହପଡ ହୋଇଥିବା ଅଭିଯୋଗ ହୋଇଛି । ଏହି କର୍ମଚାରୀମାନେ ଗତ 1 ବର୍ଷ ଧରି ଏଲ ଆଣ୍ଡ କେ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିଲେ ।

କୋରୋନା ଯୋଦ୍ଧାଙ୍କ ଟଙ୍କା ହଡପ ! ଥାନାରେ ଦ୍ବାରସ୍ତ ହେଲେ କର୍ମଚାରୀ

ସୂଚନାଯୋଗ୍ୟ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମୂଷିଗୁଡା ଆଦର୍ଶ ବିଦ୍ୟାଳୟରେ ଥିବା କୋଭିଡ କେୟାର ସେଣ୍ଟର, ଧର୍ମଗଡ ବ୍ଲକ ପର୍ଲା ସମେତ ବିଭିନ୍ନ ସ୍ଥାନରେ ଥିବା କୋଭିଡ କେୟାର ସେଣ୍ଟରରେ ଏଲ ଆଣ୍ଡ କେ କମ୍ପାନୀ ପକ୍ଷରୁ ବର୍ଷେ ହେବ କୋଭିଡ ଡ୍ୟୁଟି ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁ୍କ୍ତି ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଇନସେନଟିଭ ଟଙ୍କା ମଧ୍ୟ ଜମା ହୋଇଥିଲା । କିନ୍ତୁ ଉକ୍ତ କମ୍ପାନୀ ବର୍ତ୍ତମାନ ଏହି କର୍ମଚାରୀଙ୍କ 4 ଲକ୍ଷ 10 ହଜାର ଇନସେନଟିଭ ଟଙ୍କା ପୈଠ କରିନଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ସେମାନେ ସମ୍ପୃକ୍ତ କମ୍ପାନୀକୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ତେଣୁ ଅସନ୍ତୁଷ୍ଟ କର୍ମଚାରୀମାନେ ବାଧ୍ୟ ହୋଇ ସଦର ଥାନାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ପୋଲିସ ଏ ଦିଗରେ ଆବଶ୍ୟକୀୟ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.