ETV Bharat / state

Election Violence: କଳାହାଣ୍ଡିରେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ - ମୂଷାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

କଳାହାଣ୍ଡିରେ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢନ୍ତୁ

Election Violence: କଳାହାଣ୍ଡିରେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Feb 10, 2022, 4:06 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୋହିତ ହଂସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗହନାମୁଣ୍ଡା ଗାଁର ରୋହିତ ହଂସ ମୂଷାପାଲି ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କୁ ତାଙ୍କର ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

Election Violence: କଳାହାଣ୍ଡିରେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ରୋହିତ ମୂଷାପାଳି ଗାଁରୁ ପ୍ରଚାର ସାରି ନିଜ ବାଇକରେ ଗହନାମୁଣ୍ଡାକୁ ଫେରୁଥିବା ସମୟରେ ଗହନାମୁଣ୍ଡା ବ୍ରିଜ ନିକଟରେ ୪ ଜଣ ଦୁର୍ବୃତ୍ତ ଅଟକାଇ ମାରଣାସ୍ତ୍ର ସାହାଯ୍ୟରେ ରୋହିତଙ୍କୁ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋକସରା ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମଧ୍ୟ ତାଙ୍କୁ ସରପଞ୍ଚରୁ ଓହରି ଯିବାକୁ ଅନ୍ୟ ଜଣେ ପ୍ରାର୍ଥୀ ଲୋକ ଲଗାଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରୋହିତ । ତେବେ ଏହି ଆକ୍ରମଣ ପଛରେ ରୋହିତଙ୍କ ସହ ଲଢେଇ କରୁଥିବା ସରପଞ୍ଚ ପ୍ରାର୍ଥୀ ମାନଙ୍କ ହାତ ରହିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.