ETV Bharat / state

ବାଟବଣା ମନରେଗା ଯୋଜନା, 6 ମାସ ପରେ ବି ମିଳୁନି ପାରିଶ୍ରମିକ

author img

By

Published : Nov 17, 2021, 9:01 AM IST

ବାଟବଣା ମନରେଗା ଯୋଜନା । ମିଳୁନି ପାରିଶ୍ରମିକ। ଅଭିଯୋଗ ଆସିଛି ଯେ, କଳାହାଣ୍ଡିରୁ ଜିଲ୍ଲାର ସଦର ବ୍ଲକ ବାନ୍ଦୋପଲା ଗାଁରେ ଜବ କାର୍ଡଧାରୀମାନଙ୍କୁ ମଜୁରୀ ମିଳୁନି । ଅଧିକ ପଢନ୍ତୁ

ବାଟବଣା ମନରେଗା ଯୋଜନା, 6 ମାସ ପରେ ବି ମିଳୁନି ପାରିଶ୍ରମିକ
ବାଟବଣା ମନରେଗା ଯୋଜନା, 6 ମାସ ପରେ ବି ମିଳୁନି ପାରିଶ୍ରମିକ

ଭବାନୀପାଟଣା: ବାଟବଣା ମନରେଗା ଯୋଜନା । ମିଳୁନି ପାରିଶ୍ରମିକ। ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଏହି ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି । ହେଲେ ମଜୁରୀ ଦେବାରେ ଦେଖା ଦେଉଛି ବ୍ୟତିକ୍ରମ। ଅଭିଯୋଗ ଆସିଛି ଯେ, ଜିଲ୍ଲାର ସଦର ବ୍ଲକ ବାନ୍ଦୋପଲା ଗାଁରେ ଜବ କାର୍ଡଧାରୀମାନଙ୍କୁ ମଜୁରୀ ମିଳୁନି।

ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡ଼ଧାରୀଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ତେବେ ଏହି ପଞ୍ଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମନରେଗା ଯୋଜନାରେ ଜଙ୍ଗଲ ସୁରକ୍ଷା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ କାମ କରିବାର ଆଜକୁ ପ୍ରାୟ ୬ ମାସ ପରେ ମଧ୍ୟ ଶ୍ରମିକଙ୍କୁ ମିଳିନି ମଜୁରୀ। ଏନେଇ ହିତାଧିକାରୀ ବାରମ୍ବାର ପଞ୍ଚାୟତ ଅଫିସଠାରୁ ବ୍ଲକ ଅଧିକାରୀଙ୍କ ଦ୍ବାରାସ୍ତ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଦାଦନ ପ୍ରଥାକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟବରାଦ କରୁଛନ୍ତି । ହେଲେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ ଦୀର୍ଘ ୬ ମାସ ଧରି ମଜୁରୀରୁ ବଞ୍ଚିତ ରଖିବା ପରୋକ୍ଷରେ ଦାଦନ ପ୍ରଥାକୁ ସମର୍ଥନ ପରି ମନେହୁଏ। ଏ ପ୍ରସଙ୍ଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.