ETV Bharat / state

ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ - କଳାହାଣ୍ଡିରେ ଝାମୁଯାତ୍ରା

ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରେ ପାଳିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା । ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢା ଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥାଏ । ଅଧିକ ପଢନ୍ତୁ

ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଳିତ
ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଳିତ
author img

By

Published : Sep 16, 2022, 9:23 PM IST

କଳାହାଣ୍ଡି: ଆଧୁନିକତାର ଚାକଚକ୍ୟରେ ବି ବଦଳିନାହିଁ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା । ଯୁଗ ବଦଳିବା ସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର । କିନ୍ତୁ ମଣିଷ ଆଜି ବି ମାନୁଛି ଧାର୍ମିକ ବିଶ୍ବାସ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ, ପର୍ବତ ସମସ୍ତେ ଆଧ୍ୟାତ୍ମିକତାର ହିଲ୍ଲୋଳରେ ପରିପୁଷ୍ଟ ହୋଇଛନ୍ତି ।

ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଳିତ

ତେବେ ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା। ଆଉ ଆଦିବାସୀଙ୍କ ବାଲିଯାତ୍ରା ବି ଅନନ୍ୟ । ଏଠାରେଠି ଦେଖିବାକୁ ମିଳେ ପାରମ୍ପାରିକ ପରମ୍ପରାର ଝଲକ । ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା। ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢା ଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥାଏ । ତେବେ ପଞ୍ଚମୀ ତିଥିରେ ବିଧିବିଧାନ ପୂର୍ବକ ଭୋର ରୁ କାଠ ଗୁଡିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ସହ ଅଗ୍ନି ସଂଯୋଗ କରାଯାଇଥିଲା। ଏଥିସହ ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗି ହେଲାପରେ ସହର ପରିକ୍ରମା ସାରି ମାଁ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହୋଇଥିଲା । ପରେ ଦୁହେଁ କଣ୍ଟା ଗାଦିଆ ରେ ବସି କଣ୍ଟାଦୋଳିରେ ଝୁଲିଥିଲେ । ଏନେଇ ପରେ ପରେ ଅଗ୍ନି ଭୈରବଙ୍କ କାଳିସୀ ଲାଗି ନିଆଁରେ ଚାଲିଥିଲେ ।

ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ଯୋଗୁଁ କେବଳ ରୀତିନୀତି ଅନୁଯାୟୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ହେଲେ ଏବେ କଟକଣା କୋହଳ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ରେ ଝାମୁଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଆଜି ଅନୁଷ୍ଠିତ ଯାତ୍ରାରେ ଏଠାକୁ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏନେଇ ଭୈରବ ଦେବଙ୍କ ଝାମୁଯାତ୍ରା ପାଇଁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ହୋଇ ଉଠିଥିଲା ଉତ୍ସବ ମୁଖର।

ଏନେଇ ପୂଜକ ଜୀବନଲାଲ ପରିଝା କହିଛନ୍ତି, "ଆମର ଦ୍ବାଦଶୀରୁ ଆମର ବାଲି କଢା ହୁଏ। ପ୍ରଥମେ ଆମର ମାଣିକେଶ୍ବରୀର ବାଲିକଢା ହୁଏ । ମାଣିକେଶ୍ବରୀଙ୍କର ସରିଲେ ଭୈରବୀ ଦେବଙ୍କ ବାଲିକଢା ହୁଏ । ଭୈରବ ଦେବ ନିଜେ ସିରା ଲାଗି ଯାଇକି ବାଲି ଗାଢନ୍ତି ଏବଂ ଆସିକ କଣ୍ଟା ଗାଦିଆରେ ବସିକି ସେମାନେ ଶସ୍ୟ ରୋପଣ କରନ୍ତି। ଆଉ ଆମର ପଞ୍ଚମୀ ଦିନରେ ମାଣିକେଶ୍ବରୀ ଏବଂ ଭୈରବୀ ଦେବ ଦୁଇଜଣ ବାହାରେ କଣ୍ଟାଗାଦିଆରେ ବସନ୍ତି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.