ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗ ସାଇପାଟଣା ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦାବି ନେଇ ସେମାନେ ଏହି ପୋଷ୍ଟର ଲଗାଇଛନ୍ତି ।
ଏହି ପୋଷ୍ଟରରେ ନୂତନ ପ୍ରସ୍ତାବିତ ସିଆରପିଏଫ କ୍ୟାମ୍ପକୁ ବିରୋଧ କରିବା ସହ ସ୍ଥାନୀୟ ଯୁବକଙ୍କୁ ପୋଲିସ ଇନଫର୍ମର ଭାବେ ନିୟୋଜିତ କରିବା ଏବଂ କଳାହାଣ୍ଡିର ଖଣିଜ ସମ୍ପଦକୁ କମ୍ପାନୀ ହାତରେ ଟେକି ଦେବା ଭଳି ପ୍ରସଙ୍ଗକୁ ପୋଷ୍ଟର ମାଧ୍ୟମରେ ପ୍ରତିବାଦ କରାଯାଇଛି । ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି ।
କଳାହାଣ୍ଡିରୁ ଅଜିତ କିମାର ସିଂ, ଇଟିଭି ଭାରତ