ଭବାନୀପାଟଣା: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ବିକ୍ଷୋଭ ଓ ଧାରଣା ଜାରି ରହିଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିଆଁ ଏବେ ରାଜ୍ୟ ରାଜନୀତିରେ ଜଳିବାରେ ଲାଗିଛି ।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଜିଲ୍ଲା ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଘଟଣାର ସିବିଆଇ ତଦନ୍ତ ଦାବିରେ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୁନାଗଡ଼ ଥାନା ଘେରାଉ କରିବା ସହ ଧାରଣା ଦେଇଛି । ଏହାସହ ଜୁନାଗଡ଼ ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେପି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ