ETV Bharat / state

ପୁଣି କଳାହାଣ୍ଡିରେ ୧୯ ନୂଆ କୋରୋନା ପଜେଟିଭ ଚିହ୍ନଟ

author img

By

Published : Mar 28, 2021, 7:11 AM IST

ରାଜ୍ୟରେ କୋରୋନା ଦ୍ବିତୀୟ ଲହରୀ ରାଜ୍ୟବାସୀଙ୍କୁ ଆତଙ୍କିତ କରିଛି । ପ୍ରତିଦିନ ରାଜ୍ୟରେ କୋରୋନା ପଜେଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ କଳାହାଣ୍ଡିରେ ମଧ୍ୟ 19 କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ୧୯ ନୂଆ କୋରୋନା ପଜେଟିଭ
କଳାହାଣ୍ଡିରେ ୧୯ ନୂଆ କୋରୋନା ପଜେଟିଭ

ଭବାନୀପାଟଣା: ପୁଣିଥରେ ସମଗ୍ର ଦେଶକୁ ଥରହର କଲାଣି କୋରୋନା ମହାମାରୀ । ରାଜ୍ୟରେ କୋରୋନା ଦ୍ବିତୀୟ ଲହରୀ ରାଜ୍ୟବାସୀଙ୍କୁ ଆତଙ୍କିତ କରିଛି । ପ୍ରତିଦିନ ରାଜ୍ୟରେ କୋରୋନା ପଜେଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ କଳାହାଣ୍ଡିରେ ମଧ୍ୟ 19 କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି ।

ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ଜିଲ୍ଲାକୁ ଫେରିଛି କୋରୋନା ଭାଇରସ। ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଲାଣି।

ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ। ଗତକାଲି(ଶନିବାର) ଜିଲ୍ଲାରେ ପୁଣି ୧୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.