ETV Bharat / state

ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ - ନର୍ଲା ବ୍ଲକ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ 48 ଘଣ୍ଟିଆ ସଟଡାଉନ । ନର୍ଲା ବ୍ଲକ ସୁରପଦର ଗାଁରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ
ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ
author img

By

Published : Jun 11, 2020, 3:47 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳରେ ୨ ଜଣ ପ୍ରବାସୀ ଓଡିଆ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଗୁରୁବାର ସକାଳ ୮ ଘଣ୍ଟାରୁ ନର୍ଲା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଚିହ୍ନଟ ଦୁଇ ଆକ୍ରାନ୍ତ ମହିଳା କର୍ମେଗାଁ ପଞ୍ଚାୟତ ସୁରପଦର ଗାଁର ହୋଇଥିବା ଜଣାପଡିଛି ।

ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ

ବୁଧବାର ରାତିରେ ମହିଳା ଦୁଇଜଣଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ଥାନୀୟ ଲୋକେ ସଟଡାଉନ୍ ବିଷୟରେ ସୂଚନା ପାଇ ନଥିବାରୁ ସକାଳୁ ଜୀବନଯାତ୍ରା ସ୍ବାଭାବିକ ଥିଲା । ଗୁରୁବାର ସାପ୍ତାହିକ ହାଟ ଥିବାରୁ କେତେକ ବ୍ୟବସାୟୀ ପନିପରିବା ପସରା ମଧ୍ୟ ମେଲେଇ ଥିଲେ । ପରେ ନର୍ଲା ବିଡିଓ ଓ ଥାନା ଅଧିକାରୀ ଆସି କୋରୋନା ସଂକ୍ରମଣରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ନର୍ଲାକୁ ସଟଡାଉନ୍ କରାଯାଇଥିବା ନେଇ ଲୋକଙ୍କୁ ବୁଝେଇଥିଲେ ।

ଗତ ଜୁନ ୭ରେ ଏହି ନର୍ଲା ବ୍ଲକ ପିପଲପଦର ଅଞ୍ଚଳରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ସମ୍ପୂର୍ଣ୍ଣ ବ୍ଲକ ସଟ ଡାଉନରେ ରହିଥିବା ବେଳେ ଗୁରୁବାରଠାରୁ ପୁଣି ୪୮ ଘଣ୍ଟିଆ ସଟଡାଉନ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.