ETV Bharat / state

ନିର୍ବାଚନରେ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ଆଦିବାସୀ ସଂଘ

author img

By

Published : Dec 30, 2021, 8:04 AM IST

କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ନିର୍ବାଚନୀ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ତାଲିକାରେ ବ୍ୟାପକ ଅସଙ୍ଗତି ଥିବାବେଳେ ଏହାକୁ ଦୂର କରିବା ଦାବିରେ ପୂର୍ବରୁ ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି । ଆଜି କେସିଙ୍ଗା ଆଦିବାସୀ ସଂଘ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

ନିର୍ବାଚନରେ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରାସ୍ଥ ହେଲା ଆଦିବାସୀ ସଂଘ

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇସାରିଛି । ତେବେ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ତାଲିକାରେ ବ୍ୟାପକ ଅସଙ୍ଗତି ଥିବାବେଳେ ଏହାକୁ ଦୂର କରିବା ଦାବିରେ ପୂର୍ବରୁ ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି । ଜିଲ୍ଲାର କେସିଙ୍ଗା ବ୍ଳକର ସମସ୍ତ ୨୬ଟି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଅଣସଂରକ୍ଷଣ ଥିବାରୁ ଏହାକୁ ବିରୋଧ କରି କେସିଙ୍ଗା ଆଦିବାସୀ ସଂଘ ଆଜି(ବୁଧବାର) ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅଭିଯୋଗ ଅନୁଯାୟୀ ବ୍ଲକର ୬୦ ପ୍ରତିଶତ ଜନସଂଖ୍ୟା ଆଦିବାସୀ ଥିବା ବେଳେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇ ଆଦିବାସୀ ସଂଘ ବିରୋଧ କରିଛି । ତେବେ ସମସ୍ତ ସରପଞ୍ଚ ପଦବୀକୁ ଜାତିଭିତ୍ତିକ ଜନଗଣନା ଅନୁଯାୟୀ ଚୟନ କରିବା ପାଇଁ ଦାବି କରିଛି ଆଦିବାସୀ ସଂଘ । ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ସହ ଏହାର ପୁନଃବିଚାର କରାନଗଲେ ଆଗାମୀ ଦିନରେ ଆନ୍ଦୋଲନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ଜିଲ୍ଲା ଆଦିବାସୀ ସଂଘ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.