ETV Bharat / state

ଦାଦାବଟି ଆଦାୟ କରୁଥିଲେ ନକଲି ପୋଲିସ, ବାନ୍ଧିଲା ଅସଲି ପୋଲିସ

author img

By

Published : Mar 15, 2023, 7:49 PM IST

ପୋଲିସର ପରିଚୟ ଦେଇ ସାଧାରଣ ଲୋକଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ଫେରାର । ଅଧିକ ପଢ଼ନ୍ତୁ

accused arrested in Kalahandi
ଦାଦାବଟି ଆଦାୟ ଅଭିଯୋଗରେ ଅଭିଯୁକ୍ତ ଗିରଫ
ପୋଲିସର ପରିଚୟ ଦେଇ ଦାଦାବଟି

ଭବାନୀପାଟଣା: ପୋଲିସର ନାଁ ନେଇ ଦାଦାବଟି । ନିଜକୁ ପୋଲିସର ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ମାଗିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ତେବେ ଏଥିରେ ଟାଉନ ଥାନାର ଜଣେ ଏଏସଆଇ ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଭବାନୀପାଟଣା ସହରର ତାରିଣୀ ମନ୍ଦିର ପଡ଼ାର ଅଶୋକ ନେଗୀ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ଦୁଇଜଣ ବ୍ୟକ୍ତି ପହଞ୍ଚିଥିଲେ । ନିଜକୁ ପୋଲିସର ପରିଚୟ ଦେଇ ତାଙ୍କଠାରୁ ଟଙ୍କା ମାଗିଥିଲେ । ଏହି କ୍ରମରେ ସେ ପ୍ରଥମେ ୧୧ ହଜାର ଟଙ୍କା ଦେଇଥିଲେ । ଏହାପରେ ପୁଣି ତାଙ୍କ ଘରେ ପହଞ୍ଚି ଦେଢ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ବିଭିନ୍ନ ପ୍ରକାର ଧମକ ଦେଉଥିଲେ । ତେଣୁ ଅଶୋକ ନେଗୀ ଦୁଇ ଜଣ ଠକ ବୋଲି ଜାଣିପାରି ତାଙ୍କୁ ଘରେ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପିସିଆର ଭ୍ୟାନ ପହଞ୍ଚି ଜଣକୁ ନେଇଥିବା ବେଳେ ଅନ୍ୟଜଣେ ବାଡ଼ ଡେଇଁ ଫେରାର ହୋଇଯାଇଥିଲା ।

ଅଶୋକ ନେଗୀଙ୍କ କହିବା ଅନୁଯାୟୀ, "ଉକ୍ତ ବ୍ୟକ୍ତି ଜଣଙ୍କୁ ଫୋନ କରି ମୋତେ ଧରାଇଥିଲେ । ସେ ତାଙ୍କ ଲୋକଙ୍କୁ ଛାଡ଼ିଦେବାକୁ ଧମକ ଦେଇଥିଲେ । ଏହି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିବା ସମୟରେ ଥାନା ଏଏସଆଇ ପଙ୍କଜ ତାଣ୍ଡି ଗାଳିଗୁଲଜ କରିବା ସହ ମୋ ଉପରେ ଆକ୍ରମଣ କରିଥିଲେ । " ଘଟଣାରେ ଉକ୍ତ ଏଏସଆଇଙ୍କ ସମ୍ପୃକ୍ତି ଥିବା ନେଇ ଅଶୋକ ନେଗୀ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗକୁ ଭିତ୍ତି କରି ଟାଉନ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି । ଏଥିରେ ସମ୍ପୃକ୍ତ ଥିବା ପ୍ରବୀଣ କୁମାର ତାଣ୍ଡିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଉକ୍ତ ଏଏସଆଇଙ୍କ ଭୂମିକାକୁ ନେଇ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଟାଉନ ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ ସୂଚନା ଦେଇଛନ୍ତି । କିନ୍ତୁ ଜଣେ ସହକର୍ମୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଅନ୍ୟ ଜଣେ ସହକର୍ମୀଙ୍କ ତଦନ୍ତ କେତେ ନିରପେକ୍ଷ ହେବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି । ପୋଲିସ ପ୍ରଶାସନ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ବରେ ଥିବାବେଳେ ଲୋକଙ୍କୁ ଧମକ ଦେଇ ଏଭଳି ବେଆଇନ ଦାଦାବଟି ଘଟଣାରେ ସାମିଲ ହେବା ପୋଲିସର ଦାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.