ETV Bharat / state

ବେଦାନ୍ତରେ ଅଘଟଣ, ଶ୍ରମିକ ମୃତ୍ୟୁକୁ ନେଇ ଅଶାନ୍ତି - ବେଦାନ୍ତ ରିଫାଇନାରୀର ବକ୍ସାଇଟ ଖଣି

ବେଦାନ୍ତ ରିଫାଇନାରୀର ବକ୍ସାଇଟ ଖଣିରେ ମାଲବାହୀ ଟ୍ରେନରୁ ବକ୍ସାଇଟ ଅନଲୋଡିଂ ସମୟରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ । ମୃତଦେହ ବ୍ୟବଚ୍ଛେଦର ପ୍ରାୟ ୨୪ ଘଣ୍ଟା ପରେ ମଧ୍ୟ ପରିବାରବର୍ଗଙ୍କୁ ହସ୍ତାନ୍ତର ହୋଇନଥିବା ସାଂଘାତିକ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Accident in Vedanta; Workers die
ବେଦାନ୍ତରେ ଦୁର୍ଘଟଣା; ଶ୍ରମିକଙ୍କ ମୃତ୍ୟୁ, ପରିବାର ବର୍ଗ ପକ୍ଷରୁ କ୍ଷତିପୁରଣ ଦାବି
author img

By

Published : Nov 14, 2020, 8:22 AM IST

ଭାବାନୀପାଟଣା: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ରିଫାଇନାରୀର ବକ୍ସାଇଟ ଖଣିରେ ଅନଲୋଡିଙ୍ଗ ସମୟରେ ଦୁର୍ଘଟଣା । ଏଥିରେ ସହଦେବ କଟା ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ବେଦାନ୍ତରେ ଦୁର୍ଘଟଣା; ଶ୍ରମିକଙ୍କ ମୃତ୍ୟୁ, ପରିବାର ବର୍ଗ ପକ୍ଷରୁ କ୍ଷତିପୁରଣ ଦାବି

ସୂଚନାମୁତାବକ, ମାଲବାହୀ ଟ୍ରେନରୁ ବକ୍ସାଇଟ ଅନଲୋଡିଂ ସମୟରେ ଦୁର୍ଘଟଣା ଘଟି ଶ୍ରମିକ ଜଣକ ଗୁରୁତର ହେବାପରେ ପ୍ରଥମେ ତାଙ୍କୁ ବେଦାନ୍ତ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ପାଇ ଟାଉନ ଥାନା ପୋଲିସ ଡାକ୍ତରଖାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହ ବ୍ୟବଚ୍ଛେଦର ପ୍ରାୟ ୨୪ ଘଣ୍ଟା ପରେ ମଧ୍ୟ ପରିବାର ବର୍ଗଙ୍କୁ ହସ୍ତାନ୍ତର ହୋଇନଥିବା ସାଂଘାତିକ ଅଭିଯୋଗ ହୋଇଛି । ଏହି ଘଟଣା ସମ୍ପର୍କରେ ପୋଲିସ କିମ୍ବା ବେଦାନ୍ତ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଥିବା ବେଳେ ପରିବାର ବର୍ଗ ଘଟଣାର ନିରପେକ୍ଷ ତଦନ୍ତ ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.