ଭବାନୀପାଟଣା: ଶୁକ୍ରବାର ଜିଲ୍ଲାରୁ ପୁଣି 32 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 ହଜାରରୁ ଊର୍ଦ୍ଧ୍ବକୁ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 3 ହଜାର 146 ଜଣ ସୁସ୍ଥ ହେବା ସହ 11 ହଜାର 760 ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।
ସେପଟେ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜର ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ