ଭବନୀପାଟଣା: କଳାହାଣ୍ଡି ଜିଲ୍ଲା ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ତରଫରୁ ରାଜ୍ୟପାଳଙ୍କୁ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମଦନପୁର ରାମପୁର ସହରର ଜେନାମନ୍ଦିର ଠାରୁ ଆଦିବାସୀ ସଂଗ୍ରାମ ମଞ୍ଚ ସଭାପତି ପ୍ରକାଶ ମାଝୀଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ପହଞ୍ଚିଥିଲା ।
ପରେ ତହସିଲଦାର ସୟଦ ଇସାକ ମଦିନାଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ମଦନପୁର ରାମପୁରକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ମଞ୍ଚ ଆସନ୍ତା ଦିନରେ ଦଳଗତ ନିର୍ବିଶେଷରେ ମଦନପୁର ରାମପୁର ଅଞ୍ଚଳର ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି ମଞ୍ଚର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ