କଳାହାଣ୍ଡି: ଝୁଲନ୍ତା ମୃତଦେହ ଉଦ୍ଧାର । କଳାହାଣ୍ଡି କୋକସରା ବ୍ଲକ ଆମପାଣି ଥାନା ଡେଙ୍ଗାଗୁଡା ଗାଁରେ ବିଲ ମଝିରେ ଥିବା ଏକ ନିମ୍ବ ଗଛରୁ ଏକ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ମୃତ ଯୁବକ ଜଣଙ୍କ ଡେଙ୍ଗାଗୁଡା ଗ୍ରାମର ସୁମନ୍ତ ମାଝୀ ଓରଫ ମୁନା ବୋଲି ଜଣାପଡିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଇଛି ତାହା ସନ୍ଦେହ ଘେରରେ ରହିଛି । ତେବେ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ