ETV Bharat / state

ପୁଣି ହାତୀ ମୁଣ୍ଡ ନେଲା ସେପ୍ଟିସେମିଆ, 13 ଦିନରେ 5 ମୃତ - kalahandi elephant dead by septicemia disease

ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ 13 ଦିନ ମଧ୍ୟରେ 5 ହାତୀ ମୃତ୍ୟୁ ଘଟି ସାରିଲାଣି । ହାତୀ ମୃତ୍ୟୁ ସ୍ଥାନକୁ ଯାଇ ତଦନ୍ତ କରିବା ପାଇଁ କଳାହାଣ୍ଡିରେ ଆସିଥିବା ଦୁଇ ଜଣିଆ ପ୍ରତିନିଧି ଦଳ କର୍ଲାପାଟ ଯାଇ ତଦନ୍ତ ସାରି ଫେରିଥିବା ବେଳେ ଆଜି ପୁଣି ଜଣେ ହାତୀ ଛୁଆର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଭବାନୀପାଟଣା ପୁଣି ହାତୀ ମୁଣ୍ଡ ନେଲା ସେପ୍ଟି ସେମିଆଁ

author img

By

Published : Feb 13, 2021, 10:12 PM IST

ଭବାନୀପାଟଣା: ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ 13 ଦିନ ମଧ୍ୟରେ 5 ହାତୀଙ୍କ ମୃତ୍ୟୁ ଘଟି ସାରିଲାଣି । ହାତୀ ମୃତ୍ୟୁ ସ୍ଥାନକୁ ଯାଇ ତଦନ୍ତ କରିବା ପାଇଁ କଳାହାଣ୍ଡିରେ ଆସିଥିବା ଦୁଇ ଜଣିଆ ପ୍ରତିନିଧି ଦଳ କର୍ଲାପାଟ ଯାଇ ତଦନ୍ତ ସାରି ଫେରିଥିବା ବେଳେ ଆଜି ପୁଣି ଜଣେ ହାତୀ ଛୁଆର ମୃତ୍ୟୁ ହୋଇଛି ।

ଭବାନୀପାଟଣା ପୁଣି ହାତୀ ମୁଣ୍ଡ ନେଲା ସେପ୍ଟି ସେମିଆଁ

ସୂଚନା ଅନୁଯାୟୀ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ୧୭ ଟି ହାତୀ ଥିବା ବେଳେ କ୍ରମାଗତ ଭାବେ ଗୋଟିଏ ଦଳର ୪ ଟି ମାଈ ହାତୀଙ୍କ ମୃତ୍ୟ ହୋଇଥିବା ବେଳେ ଆଉ ଗୋଟିଏ ଅସୁସ୍ଥ ରହିଥିବା ହାତୀର ମଧ୍ୟ ମୃତ୍ୟୁ ହୋଇଛି ।

ତେବେ ଭୁବନେଶ୍ୱରରୁ ଆସିଥିବା ଏହି ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସହ ହାତୀ ମୃତ୍ୟୁର କାରଣ ଖୋଜୁଛନ୍ତି । ସେପ୍ଟିସେମିଆରେ ହାତୀଙ୍କ ମୃତ୍ୟୁ ଘଟୁଥିବା କହିଛନ୍ତି ବିଶେଷଜ୍ଞ ଟିମ୍ । ସେପଟେ ଚାରି ଚାରିଟି ହାତୀ ମରିବାକୁ ନେଇ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି ଜନସାଧାରଣ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.