ETV Bharat / state

ଅଧା ରହିଗଲା ଘର ବାହୁଡା: ବସ ଭିତରେ ଆଖି ବୁଜିଲେ ପ୍ରବାସୀ ଶ୍ରମିକ

author img

By

Published : Dec 10, 2020, 5:11 PM IST

ଜଣେ ଦାଦନ ଶ୍ରମିକ ହାଇଦ୍ରାବାଦରୁ ନିଜ ଘରକୁ ଫେରୁଥିବା ସମୟରେ ଅଧା ବାଟରେ ଆଖି ବୁଜିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଅଧା ରହିଗଲା ଘର ବାହୁଡା: ବସ ଭିତରେ ଆଖି ବୁଜିଲେ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା: ବସ୍ ଭିତରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଅସୁସ୍ଥତା କାରଣରୁ ଘରକୁ ଫେରୁଥିବା ସମୟରେ ଅଧା ବାଟରେ ଆଖି ବୁଜିଛନ୍ତି ଜଣେ ଦାଦନ ଶ୍ରମିକ । ମୃତକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଥନଟ ଗାଁର ରାଧେଶ୍ୟାମ ଦୁର୍ଗାଙ୍କ ପୁଅ ବବଲୁ ଦୁର୍ଗା । ବୁଧବାର ସେ ବସ ଯୋଗେ ହାଇଦ୍ରାବାଦରୁ ନିଜ ମାଟିକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ, ବବଲୁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଏହି କାରଣରୁ ସେ ବୁଧବାର ବସ ଯୋଗେ ଘରକୁ ଫେରୁଥିଲେ । ମାତ୍ର ଘରକୁ ଫେରୁଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଯୁବକଙ୍କ ପରିବାର ଲୋକେ ଜଣାଇଛନ୍ତି । ଧର୍ମଗଡ ପୋଲିସ ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.