ETV Bharat / state

ଆଇନର ଖୋଲାଖୋଲି ଉଲ୍ଲଂଘନ, ମେସିନରେ ପଡ଼ି ଶିଶୁ ଶ୍ରମିକଙ୍କ କଟିଲା ହାତ

author img

By

Published : Mar 18, 2023, 10:38 PM IST

ଉପାନ୍ତ ଅଞ୍ଚଳରେ ଶିଶୁ ସାଜୁଛନ୍ତି ଦିନ ମଜୁରୀଆ । କାଟୁ କରୁନି ସରକାରଙ୍କ ଆଇନ । ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ମିଲ ମାଲିକ । ଫଳରେ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଛନ୍ତି ଶିଶୁ ଶ୍ରମିକ । ଅଧିକ ପଢନ୍ତୁ

ମେସିନରେ ପଡ଼ି ଶିଶୁ ଶ୍ରମିକଙ୍କ କଟିଲା ହାତ
ମେସିନରେ ପଡ଼ି ଶିଶୁ ଶ୍ରମିକଙ୍କ କଟିଲା ହାତ
ମେସିନରେ ପଡ଼ି ଶିଶୁ ଶ୍ରମିକଙ୍କ କଟିଲା ହାତ

କଳାହାଣ୍ଡି: ଶିଶୁ ଶ୍ରମିକ ଆଇନର ଖୋଲାଖୋଲି ଉଲ୍ଲଂଘନ। । ମେସିନରେ ପଡ଼ି କଟିଲା ଶିଶୁ ଶ୍ରମିକର ହାତ । ତେବେ ଏପରି ଆଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଶ୍ବନାଥପୁରରେ ଘଟିଛି । ଶିଶୁ ଶ୍ରମିକ ଘଟଣା ରୋକିବା ପାଇଁ ସରକାର ଆନେକ ପ୍ରୟାସ ଜାରି ରଖିଥିଲେ ମଧ୍ୟ ବିଫଳ । ସରକାରଙ୍କ ମାଳମାଳ ନିୟମ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି ।

ସରକାର କାହିଁ କେତେ ନୀତିନିୟମ ଓ ଯୋଜନା ପ୍ରଣୟନ କରିବା ସହ ସ୍ବତନ୍ତ୍ର ଆଇନ ମଧ୍ୟ ପ୍ରଣୟନ କରିଛନ୍ତି । କିନ୍ତୁ ସବୁ ବିଫଳ । ଯାହାର ଜ୍ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଲାଞ୍ଜିଗଡ଼ର ଉପାନ୍ତ ଅଞ୍ଚଳରେ । ଉପାନ୍ତ ଅଞ୍ଚଳରେ ଶିଶୁ ସାଜୁଛନ୍ତି ଦିନ ମଜୁରୀଆ । ପାଠପଢା ତ ତାଙ୍କ ପାଇଁ ଦିବା ସ୍ବପ୍ନ । ଦିନକୁ ଦି ଓଳା ଖାଦ୍ୟ ଯୋଗାଡ କରିବା ପାଇଁ ଶ୍ରମିକ ସାଜିଛନ୍ତି ନୀରିହ ପିଲାମାନେ । ଯାହାଫଳରେ ଏପରି ହୃଦୟ ବିଦାରକ ଦୃର୍ଘଟଣାର ଶିକାର ହେଉଛନ୍ତି କୁନିକୁନି ପିଲା ।

ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ପଞ୍ଚାୟତ ଡୁମେରମୁଣ୍ଡାଠାରେ ଥିବା ଏକ ତେଲ ମିଲରେ ଚାଲିଛି ଖୋଲାଖୋଲି ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ । ୧୫ ବର୍ଷ ବୟସରୁ କମ୍ ବୟସର ନାବାଳକମାନଙ୍କୁ ଏହି ମିଲରେ ବିପଜ୍ଜନକ କାମରେ ଲଗାଇବା ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଏହି ମିଲରେ ସୂର୍ଯ୍ୟମୁଖୀ ତେଲ ପେଡା ଯାଉଥିବାବେଳେ ମେସିନ ଭିତରେ ହାତ ଲାଗିଯିବାରୁ ବ୍ଲକର ବେନଗାଁ ପଞ୍ଚାୟତ ଧଡେଲ୍ ଗାଁର ସୁଶାନ୍ତ ମାଝୀ ନାମକ ଜଣେ ନାବାଳକର ହାତ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି ।

ତେବେ ଦୀର୍ଘ ସମୟ ଯାଏଁ ସୁଶାନ୍ତର ହାତ ମେସିନରେ ଲାଗି ରହିଥିବା ବେଳେ ତେଲ ମିଲ୍‌ର ଓନର ପୁଷ୍ପଲତା ସାହୁ ଓ ତାଙ୍କ ସ୍ବାମୀ ଫକୀର ସାହୁ ପ୍ରମୁଖ ନିରବଦ୍ରଷ୍ଟା ସାଜି ରହିଥିଲେ । ଏପରିକି ମାମଲାଟିକୁ ଚପାଇଦେବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ନାବାଳକକୁ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ଭୂବନେଶ୍ବର ସ୍ଥାନାନ୍ତରିତ କରାଯାଉଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଧଡେଲ ଗାଁର ସୁଶାନ୍ତ ଚାରି ମାସରୁ ଅଧିକ ସମୟ ହେଲା ଏହି ମିଲରେ ଶ୍ରମିକ ଭାବେ କାମ କରିଆସୁଥିଲା । ତେବେ ତେଲ ମିଲ ଠାରୁ ମାତ୍ର ଦେଢ଼ କିମି ଦୂରରେ ବିଶ୍ୱନାଥପୁର ଥାନା ରହିଥିଲେ ମଧ୍ୟ ପୋଲିସଙ୍କୁ ଶିଶୁ ଶ୍ରମିକ କଥା କିପରି ଜଣା ନଥିଲା ସେନେଇ ସାଧାରଣରେ ପ୍ରଶ୍ନ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.