ETV Bharat / state

ଗାତରେ ପଡି ଶିଶୁର ମୃତ୍ୟୁ

author img

By

Published : Oct 7, 2020, 9:33 PM IST

କୋକସରା ଥାନା ଅନ୍ତର୍ଗତ ଛଣ୍ଟାଣବାହାଲି ଗାଁରେ ଅଭାବନୀୟ ଘଟଣା । ୨ ବର୍ଷର ଝିଅ ଖେଳୁଥିବା ସମୟରେ ଗାତରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

ଗାତରେ ପଡି ଶିଶୁର ମୃତ୍ୟୁ
ଗାତରେ ପଡି ଶିଶୁର ମୃତ୍ୟୁ

ଭବାନୀପାଟଣା: କୋକସରା ଥାନା ନ୍ତର୍ଗତ ଛଣ୍ଟାଣବାହାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଅଙ୍ଗଦ ଜୁଏଡ଼ଙ୍କ ୨ ବର୍ଷୀୟ ଝିଅ ଖେଳୁଥିବା ଅବସ୍ଥାରେ ଏକ ଗାତରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗାତରେ ପଡି ଶିଶୁର ମୃତ୍ୟୁ

ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ ଅଙ୍ଗଦ ଓ ତାଙ୍କ ସ୍ତ୍ରୀ ଘର କାମ କରୁଥିବା ବେଳେ ଛୋଟ ଝିଅଟି ଦାଣ୍ଡ ଦୁଆରେ ଖେଳୁଥିଲା। ତେବେ ସେଠାରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ନିର୍ମାଣ କରାଯାଉଥିବା ଏକ ୩/୪ ଫୁଟର ଗାତରେ ପାଣି ଜମି ରହିଥିବା ବେଳେ କୌଣସି କାରଣରୁ ଶିଶୁଟି ପଡିଯାଇଥିଲା।

ପରେ ପରିବାର ଦେଖି ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରି ପୋଲିସକୁ ଜଣାଇଥିଲେ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.