ETV Bharat / state

କୁକୁର କାମୁଡ଼ାରେ ଗଲା 5 ବର୍ଷ ଶିଶୁର ଜୀବନ - କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗାଁ

କଳାହାଣ୍ଡି ଜିଲ୍ଲା ଖୁଣ୍ଟିଆ ଗାଁରେ କୁକୁର ଆକ୍ରମଣର ଶିକାର ହେଲା ଶିଶୁ । ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ମୃତ୍ୟୁ । ଅଧିକ ପଢ଼ନ୍ତୁ...

A 5-year-old boy died, child died after being bitten by dogs, kalahandi news, କୁକୁର କାମୁଡ଼ାରେ ୫ ବର୍ଷ ଶିଶୁ ମୃତ, କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗାଁ, କଳାହାଣ୍ଡି ଖବର
କୁକୁର କାମୁଡ଼ାରେ 5 ବର୍ଷୀୟ ଶିଶୁ ମୃତ
author img

By

Published : Jul 25, 2020, 11:32 AM IST

Updated : Jul 25, 2020, 12:02 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କୁକୁର କାମୁଡ଼ାରେ ୫ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗାଁରେ।

କୁକୁର କାମୁଡ଼ାରେ ଗଲା 5 ବର୍ଷ ଶିଶୁର ଜୀବନ

୫ ବର୍ଷର ଶିଶୁ ବସନ୍ତ ଧରୁଆ କୌଣସି କାରଣରୁ ବିଲ ଆଡକୁ ଯାଇଥିଲେ। ସେଠାରେ ସଂଘବଦ୍ଧ ଭାବେ କୁକୁର ମାନେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେଠାରେ ହିଁ ଶିଶୁଟି ଅଚେତ ହୋଇ ପଡ଼ିଥିଲା। ପାଖରେ ଥିବା କିଛି ଲୋକ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ପର୍ଲା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଶିଶୁର ଅବସ୍ଥା ଅତି ଗୁରୁତର ହେବାରୁ ତାକୁ ଧର୍ମଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଯୋଗୁଁ ଶିଶୁଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ହୋଇଥିଲା।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 25, 2020, 12:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.