ETV Bharat / state

ନାସା ଯିବେ କଳାହାଣ୍ଡି ପୁଅ, ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କରିବେ ଯୋଗଦାନ - ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର

ନାସା ଯିବେ କଳାହାଣ୍ଡି ପୁଅ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର । ହ୍ରିଙ୍କାରଙ୍କ ପ୍ରତିଭାକୁ ଚିହ୍ନିପାରିଛି ନାସା । ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ ତଥା ସେଥିରେ କାମ କରିବା ପାଇଁ ହ୍ରିଙ୍କାରଙ୍କୁ ସୁଯୋଗ ମିଳିଛି । ଅଧିକ ପଢନ୍ତୁ

ନାସା ଯିବେ କଳାହାଣ୍ଡି ପୁଅ, ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କରିବେ ଯୋଗଦାନ
ନାସା ଯିବେ କଳାହାଣ୍ଡି ପୁଅ
author img

By

Published : Sep 7, 2022, 5:37 PM IST

ଭବାନୀପାଟଣା: ଓଡିଆ ପୁଅଙ୍କ ସଫଳତା । ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର(Hrinkar Mishra) । ତୁଳସୀ ଦୁଇପତ୍ରରୁ ବାସିବା ଭଳି ଛାତ୍ର ଜଣଙ୍କ ପ୍ରତିଭା ପିଲାଟି ବେଳୁ ଜଣା ପଡିଥିଲା । ହ୍ରିଙ୍କାର ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗ୍ରାଜୁଏସନ୍ ଏବଂ ପିଜି ପାଠ ମଧ୍ୟ ମୁଖସ୍ତ କରି ସାରିଥିବା ସୂଚନା ରହିଛି । ବାୟସ ମାତ୍ର 13 ବର୍ଷ ହୋଇଥିଲେ ମଧ୍ୟ ସେ ନାସା ଯିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ଯାହାକୁ ନେଇ ବାପା ମାଆ ଗର୍ବିତ ଅନୁଭବ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନାସା ଯିବେ କଳାହାଣ୍ଡି ପୁଅ

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର । ତରୁଣ ମିଶ୍ର ଓ କମିନି ମିଶ୍ରଙ୍କ ୧୩ ବର୍ଷ ପୁଅ ହ୍ରିଙ୍କାର ମିଶ୍ର । ରାସାୟନିକ ବିଜ୍ଞାନରେ ରୁଚି ରଖିଥିବା ହ୍ରିଙ୍କାର ଗଣିତରେ ଅନେକ ନୂଆଁ ସୂତ୍ର ଓ ତଥ୍ୟ ବାହାର କରିଛନ୍ତି । ଏହା ସହ ସେହି ସୂତ୍ର କିଭଳି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ସେ ଉପରେ ନିଜର ଉଦ୍ୟମ ଜାରି ରଖିଥିବା ବେଳେ ନାସାକୁ ଯିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ହ୍ରିଙ୍କାର । ଏବେ ନାସା ପକ୍ଷରୁ ଚନ୍ଦ୍ର ପୃଷ୍ଠକୁ ଏକ ରକେଟ ଲାଞ୍ଚ ହେବାକୁ ଯାଉଛି । ଯାହାର ନାଁ ରହିଛି ଆର୍ଟିମିସ(Artemis) । ସେହି ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ ତଥା ସେଥିରେ କାମ କରିବା ପାଇଁ ହ୍ରିଙ୍କାରଙ୍କୁ ସୁଯୋଗ ମିଳିଛି । ନାସା ପକ୍ଷରୁ ପୂର୍ବରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅନେକ ବୈଠକ କରାଯାଉଥିବା ବେଳେ ସେଥିରେ ହ୍ରିଙ୍କାର ସାମିଲ ହୋଇଛନ୍ତି ।

କୋଭିଡ ମହାମାରୀ ସମୟରେ ସବୁ ବନ୍ଦ ରହିଥିବା ବେଳେ ହ୍ରିଙ୍କାର ଘରେ ନିଜ ବାପା ତରୁଣ ମିଶ୍ରଙ୍କ ଠାରୁ ରାସାୟନିକ ବିଜ୍ଞାନର ଅନେକ ଶିକ୍ଷା ଲାଭ କରିଥିଲେ । ପରେ ଏଥିରେ ନିଜର ରୁଚି ରଖି ଆଗକୁ ବଢିବା ସହ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ ଯାହା ନାସା ତାଙ୍କୁ ଏକ ପୁରସ୍କାର ମଧ୍ୟ ଦେଇଥିଲେ । ପରେ ନାସା ପାଇଁ କାମ କରିବା ପାଇଁ ଅନେକ ପାଠ୍ୟ ସାମଗ୍ରୀ ମଧ୍ୟ ନାସା ଯୋଗାଇ ଦେଇଥିବା ବେଳେ ଆଗାମୀ ଦିନରେ ସେ ନାସାରେ ଯୋଗଦାନ କରିବେ ବୋଲି ହ୍ରିଙ୍କାରଙ୍କ ବାପା ସୂଚନା ଦେଇଛନ୍ତି । ହ୍ରିଙ୍କାର କହିଛନ୍ତି, " ନାସା ତରଫରୁ ମତେ ଏକ ଟାସ୍କ ଦିଆଯାଇଥିଲା । ସେଥିରେ ମୁଁ ସଫଳ ହୋଇଥିଲି । ଫଳରେ ନାସା ପକ୍ଷରୁ ମୋତେ ଏକ ସାର୍ଟିଫିକେଟ ଦିଆଗଲା । ଯାହାକୁ ନେଇ ମୁଁ ଉତ୍ସାହିତ ହୋଇଥିଲି । ଏହା ପରେ ନାସା ପକ୍ଷରୁ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଅଫର ଦିଆଯାଇଛି । ଯାହାକୁ ନେଇ ବେଶ ଉତ୍ସାହିତ ଅଛି । ତେବେ ନାସା କହିଛି, ମତେ ୧୬ ବର୍ଷ ହେବା ପରେ ଯାଇ ମୁଁ ଜଣେ ୱାର୍କର ଭାବେ ନାସା ଯାଇପାରିବ । ୧୬ ବର୍ଷ ହେଲାପରେ ମୁଁ ସାଇଣ୍ଟିଷ୍ଟ ହେଇପାରିବି । ଏବେ ମୁଁ ଜଣେ ଗେଷ୍ଟ ଭାବେ ଯାଇପାରିବି । ଟାଇମ ଉପରେ ଥିଓରୀ ଡେଭେଲପ କରିବା ଓ ଟାଇମ ଉପରେ ଏଲିମେଣ୍ଟ ଖୋଜିବା ନେଇ ମୁଁ ଲକ୍ଷ୍ୟ ରଖିଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.