ଭବାନୀପାଟଣା: ସୋମବାର ରାଜ୍ୟରେ ଦେଢ ହଜାର ତଳେ କୋରୋନା ସଂକ୍ରମଣ ଚିହ୍ନଟ । ଦିନକରେ 1480 ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ କଳାହାଣ୍ଡିରୁ ରହିଛନ୍ତି 23 ଜଣ । ସୋମବାର ଜିଲ୍ଲାରୁ ପୁଣି ନୂତନ ସଂକ୍ରମିତ ଚିହ୍ନଟ ପରେ ମୋଟ ସଂକ୍ରମଣ ଏବେ 5 ହଜାର ପାର କରିଛି ।
କଳାହାଣ୍ଡିରେ କୋରୋନା ସଂକ୍ରମିତ ସଂଖ୍ୟା 5 ହଜାରରୁ ଅଧିକ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି । ୧ ହଜାର ୮୫୬ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନ ରେ ଚିକିତ୍ସାଧୀନ ରହିଛନ୍ତି।
ସେପଟେ ସଂକ୍ରମଣ ହରାଇବାକୁ ଜିଲ୍ଲାପ୍ରଶାସନ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଘରକୁ ଘର ବୁଲି କର୍ମୀମାନେ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ