ETV Bharat / state

ବୀମା ରାଶିରୁ ବଞ୍ଚିତ ୫ ହଜାର ଚାଷୀ, କଂଗ୍ରେସର ପଦଯାତ୍ରା

author img

By

Published : Jul 6, 2021, 9:59 PM IST

କଳାହାଣ୍ଡିରେ ଚାଷୀ ବୀମା ଟଙ୍କା ପାଇ ନଥିବା ଅଭିଯୋଗ କରି କଂଗ୍ରେସର ପଦଯାତ୍ରା । ଦଳୀୟ କର୍ମୀଙ୍କ ସମେତ ସାମିଲ ହେଲେ ଶତାଧିକ ଚାଷୀ । ଅଧିକ ପଢନ୍ତୁ...

ବୀମା ରାଶିରୁ ବଞ୍ଚିତ ୫ ହଜାର ଚାଷୀ , କଂଗ୍ରେସର ପଦଯାତ୍ରା

ଭବାନୀପାଟଣା: ଚାଷୀ ସମସ୍ୟା ନେଇ ପଦଯାତ୍ରା କଲା କଂଗ୍ରେସର । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ୨୮ ଗୋଟି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ୨୦୨୦-୨୧ ର ବୀମା ରାଶି ପ୍ରଦାନ ଦାବିରେ କେଗାଁ ଠାରୁ ଗୋଲାମୁଣ୍ଡା ପର୍ଯ୍ୟନ୍ତ ୧୬ କିମି ବ୍ୟାପି ଜିଲ୍ଲା ଯୁବ କଂଗ୍ରେସର ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି । ଅନୁଷ୍ଠିତ ପଦଯାତ୍ରାରେ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ୨୮ଟି ପଞ୍ଚାୟତର ଶତାଧିକ ଚାଷୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

କଂଗ୍ରସ କରିଥିବା ଅଭିଯୋଗ ଅନୁସାରେ, ବିଗତ ବର୍ଷରେ ଗୋଲାମୁଣ୍ଡା ବ୍ଳକରେ ୧୩ ଗୋଟି ଗ୍ରାମ ପଞ୍ଚାୟତକୁ ମରୁଡି ଘୋଷଣା ହେବା ସହ ୭ଟି ପଞ୍ଚାୟତର ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରାଗଲା । କିନ୍ତୁ ଅବଶିଷ୍ଟ ୬ଟି ପଞ୍ଚାୟତର ପ୍ରାୟ ୫ ହଜାର ଚାଷୀ ଏହି ବୀମା ଟଙ୍କା ପାଇବାରେ ବଞ୍ଚିତ ହେଲେ । ଏହାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ଓ ଯୁବ କଂଗ୍ରେସର କର୍ମକର୍ତ୍ତା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.