ETV Bharat / state

କଳାହାଣ୍ଡିରେ 445 ଛୁଇଁଲା କୋରୋନା ସଂକ୍ରମଣ ମାମଲା

author img

By

Published : Aug 7, 2020, 8:00 AM IST

Updated : Aug 7, 2020, 12:17 PM IST

ଗୁରୁବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ମାଡି ଚାଲିଛି । ଗତ ଦୁଇ ଦିନ ମଧ୍ୟରେ କଳାହା୍ଣ୍ଡିରେ 100ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ 445 ଛୁଇଁଲା କୋରୋନା ସଂକ୍ରମଣ ମାମଲା
କଳାହାଣ୍ଡିରେ 445 ଛୁଇଁଲା କୋରୋନା ସଂକ୍ରମଣ ମାମଲା

ଭବାନୀପାଟଣା: କଳାହାଣ୍ଡିରେ 500 ଅତିକ୍ରମ କରିବାକୁ ଯାଉଛି କୋରୋନା ସଂକ୍ରମଣ । ବୁଧବାର ଜିଲ୍ଲାରେ 29 କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୁରୁବାର ପୁଣି 72 ନୂତନ ଜଣ କୋରୋନା ଚିହ୍ନଟ ହୋଇଛି । ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 26 ଜଣ ଲାଞ୍ଜିଗଡ, ନର୍ଲାରୁ 20, ଗୋଲାମୁଣ୍ଡା 8 , 7 ଜଣ କେସିଙ୍ଗାର ବୋଲି ଜଣାପଡିଛି । ସେହିପରି ଜୁନାଗଡରୁ ୨ ,ଧର୍ମଗଡ଼ ଅଞ୍ଚଳରୁ ୬ ଜଣ ଓ ଭବାନୀପାଟଣା ସହରରୁ ୩ ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

କଳାହାଣ୍ଡିରେ 500 ପାର କରିବ କୋରୋନା ମାମଲା

ସେହିପରି ବୁଧବାର ଚିହ୍ନଟ ହୋଇଥିବା ୨୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଟାଉନସିପରୁ ୯ ଜଣ, ଲାଞ୍ଜିଗଡ଼ ବ୍ଲକରୁ ୪ , ନର୍ଲାରୁ ୩ ଜଣ ଜୁନାଗଡ଼ ଧର୍ମଗଡ଼ କୋକସରା ଅଞ୍ଚଳରୁ ଜଣିଏ ଲେଖାଏଁ ଚିହ୍ନଟ ହୋଇଥିଲେ। ସେପଟେ ଭବାନୀପାଟଣା ସହର ମଧ୍ୟରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୁରୁବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା 445 ରେ ପହଞ୍ଚିଛି । ସେଥିରୁ 176 ଜଣ ସୁସ୍ଥ ହୋଇଥିବାବେଳେ 267 ଜଣ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Aug 7, 2020, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.