ETV Bharat / state

ପୁଣି କଳାହାଣ୍ଡିରୁ 46 ନୂଆ ଆକ୍ରାନ୍ତ ଚିହ୍ନଟ - କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ରବିବାର ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ପାର କରିଛି । ଅଧିକ ପଢନ୍ତୁ...

ପୁଣି କଳାହାଣ୍ଡିରୁ 46 ନୂଆ ଆକ୍ରାନ୍ତ ଚିହ୍ନଟ
ପୁଣି କଳାହାଣ୍ଡିରୁ 46 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Nov 8, 2020, 10:19 PM IST

ଭବାନୀପାଟଣା: ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି କ୍ରମରେ ଜିଲ୍ଲାରେ ରବିବାର ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ପାର କରିଛି ।

ପୁଣି କଳାହାଣ୍ଡିରୁ 46 ନୂଆ ଆକ୍ରାନ୍ତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୪୨୦ ଆକ୍ରାନ୍ତ ଏବେବି ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି ।

ତେବେ ଜିଲ୍ଲାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି । ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.