ETV Bharat / state

କଳାହାଣ୍ଡିରେ ଆଉ ୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - kalahandi corona update

ଜିଲ୍ଲାରେ ରବିବାର ଆଉ 4ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏକ ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଆଉ ୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jul 12, 2020, 1:48 PM IST

କଳାହାଣ୍ଡି: ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା ଭାଇରସ । ଯାହା ଏବେ ପ୍ରଶାସନର ଚିନ୍ତାର ବିଷୟ ପାଲଟିଛି ।

କଳାହାଣ୍ଡିରେ ଆଉ ୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାରେ ପୁଣି ୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ପ୍ରବାସୀ ଶ୍ରମିକ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ।

ସେହିଭଳି ଆକ୍ରାନ୍ତ ମହିଳା ଜଣକ ଭବାନୀପାଟଣାସ୍ଥିତ ଘରୋଇ ମାଣିକେଶ୍ୱରୀ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରିବାର ଲୋକେ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଥିଲେ । ସେଠାରେ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ଯାହାର ରିପୋର୍ଟ ପିଜିଟିଭ ଆସିଛି।

ତେବେ ଭବାନୀପାଟଣାସ୍ଥିତ ଘରୋଇ ମାଣିକେଶ୍ୱରୀ ମଲ୍ଟି ସ୍ପେଶାଲିଟି ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ସିଲ କରି ସାନିଟାଇଜ କରିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.