ETV Bharat / state

ଗଜରାଜଙ୍କ ମୁଣ୍ଡ ନେଉଛି କର୍ଲାପାଟ, 10 ଦିନରେ 4 ମୃତ

author img

By

Published : Feb 12, 2021, 10:58 PM IST

ଗତ କିଛି ଦିନ ଧରି କର୍ଲାପାଟ ଅଭୟାରଣ୍ୟରେ ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା । ତଦନ୍ତ ପାଇଁ ଅଭୟାରଣ୍ୟରେ ପହଞ୍ଚିଛନ୍ତି ବିଶେଷଜ୍ଞ ଟିମ୍ । ଅଧିକ ପଢନ୍ତୁ...

ସଙ୍କଟରେ ଗଜରାଜ, 10 ଦିନରେ 4 ମୃତ
ସଙ୍କଟରେ ଗଜରାଜ, 10 ଦିନରେ 4 ମୃତ

ଭବାନୀପାଟଣା: ଗତ କିଛି ଦିନ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ଥ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ବୃଦ୍ଧି ପାଉଛି । ଗୋଟିଏ ପରେ ଗୋଟିଏ ହାତୀ ଆଖି ବୁଜି ଚାଲିଛନ୍ତି । ଶୁକ୍ରବାର କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗତ 10 ଦିନ ମଧ୍ୟରେ 4ଟି ହାତୀଙ୍କ ମୃତ୍ୟୁ ଘଟିଲାଣି । ଭୂତାଣୁ ସଂକ୍ରମଣ କାରଣରୁ ହାତୀମାନଙ୍କ ମୃତ୍ୟୁ ହେଉଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଅନୁମାନ କରାଯାଉଛି ।

ସଙ୍କଟରେ ଗଜରାଜ, 10 ଦିନରେ 4 ମୃତ

ସୂଚନାଯୋଗ୍ୟ, ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟ ଘୁଷୁରିଗୁଡି ଅଞ୍ଚଳରୁ ଶୁକ୍ରବାର ମୃତ ହାତୀ ବା ଚତୁର୍ଥ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ ସମସ୍ତ ମୃତ ମାଇହାତୀ ହୋଇଥିବା ଜଣାପଡିଛି । ଭୁବନେଶ୍ବରରୁ ବିଶେଷଜ୍ଞ ଟିମ୍ କର୍ଲାପାଟ ଅଭୟାରଣ୍ୟ ପହଞ୍ଚି ଘଟଣାର ଯାଞ୍ଚ କରିବା ନେଇ ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.