ETV Bharat / state

କଳାହାଣ୍ଡିରେ ପୁଣି 36 କୋରୋନା ପଜିଟିଭ୍ - କଳାହାଣ୍ଡିରେ ପୁଣି 36 କୋରୋନା ପଜିଟିଭ୍

ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ପୁଣି 36 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 26 ଜଣ ଭବାନୀପାଟଣା ସହରରୁ ଚିହ୍ନଟ ହୋଇଛନ୍ତି ।

corona update of kalahandi
କଳାହାଣ୍ଡିରେ ପୁଣି 36 କୋରୋନା ପଜିଟିଭ୍
author img

By

Published : Aug 8, 2020, 12:25 PM IST

ଭବାନୀପାଟଣା: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି ।

କଳାହାଣ୍ଡିରେ ପୁଣି 36 କୋରୋନା ପଜିଟିଭ୍

ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ । ଶୁକ୍ରବାର ପୁଣି 36 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 26 ଜଣ ଭବାନୀପାଟଣା ସହରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଲାଞ୍ଜିଗଡ ଅଞ୍ଚଳରୁ 4 ଜଣ, ଗୋଲାମୁଣ୍ଡା ଅଞ୍ଚଳରୁ 3 ଜଣ, ନର୍ଲାରୁ 2 ଜଣ, ଧର୍ମଗଡରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ 7 ଜଣ କୋରୋନା ଯୋଦ୍ଧା ରହିଛନ୍ତି । ପୋଲିସ କର୍ମଚାରୀ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା 481କୁ ପହଞ୍ଚିଥିବା ବେଳେ 176 ଜଣ ସୁସ୍ଥ ହୋଇଛନ୍ତି ଓ 305 ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.