ଭବାନୀପାଟଣା: କଳାହାଣ୍ଡିରେ ଘାତକ ହେଉଛି ସଂକ୍ରମଣ । କାୟା ବିସ୍ତାର କରୁଥିବା କୋରୋନାକୁ ନେଇ ଆତଙ୍କିତ ଜିଲ୍ଲାବାସୀ । ଗତ ଶନିବାର ପୁଣି ନୂତନ 73 ମାମଲା ରିପୋର୍ଟ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୧୩୧କୁ ପହଞ୍ଚିଛି ।
ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨ ହଜାର ୯୧ ଜଣ ସୁସ୍ଥ ହୋଇସାରିଛନ୍ତି । ୧ହଜାର ୪୦ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ସେପଟେ ଜିଲ୍ଲାରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ