ETV Bharat / state

କଳାହାଣ୍ଡିରୁ 26 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ବୁଧବାର ପୁଣି ୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona
ପୁଣି କଳାହାଣ୍ଡିରୁ 26 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Aug 26, 2020, 11:03 AM IST

Updated : Aug 26, 2020, 11:11 AM IST

ଭବାନୀପାଟଣା: ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଅଣାୟତ୍ତ ହେଉଛି କୋରୋନା ମାମଲା । ସ୍ଥାନୀୟ ଆକ୍ରାନ୍ତଙ୍କ ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇ ସାରିଥିବା ବୁଦ୍ଧିଜିବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି । ସେପଟେ ଜିଲ୍ଲାରେ ବୁଧବାର ପୁଣି ୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ 26 ନୂଆ ଆକ୍ରାନ୍ତ ମଧ୍ୟରୁ ଭବାନୀପାଟଣା ଅଞ୍ଚଳରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେସିଙ୍ଗା ଅଞ୍ଚଳରୁ ୪ ଏବଂ ଗୋଲାମୁଣ୍ଡା ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

କଳାହାଣ୍ଡିରୁ 26 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୭ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧୮ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Aug 26, 2020, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.